ଇସ୍ରାଏଲ ଉପରେ ହମାସର ବଡ଼ ଧରଣର ଆକ୍ରମଣ

Hamas-Israel Attack: ରବିବାର ରାତିରେ ଇସ୍ରାଏଲ ଉପରେ ହମାସ ବଡ଼ ଧରଣର ଆକ୍ରମଣ କରିଛି । ହମାସ ଦକ୍ଷିଣ ଇସ୍ରାଏଲ ଉପରେ 10ଟି ରକେଟ ମାଡ଼ କରିଥିବା ନେଇ ସୂଚନା ରହିଛି । ଯାହା ମଧ୍ୟରୁ 5ଟି ରକେଟକୁ ରୋକିବା ପାଇଁ ସକ୍ଷମ ହୋଇଥିଲା ଇସ୍ରାଏଲ ସେନା ହେଲେ ଅନ୍ୟ 5ଟି ରକେଟ ଇସ୍ରାଏଲ ଭିତରେ ପଡ଼ିଥିଲା, ଯାହା ଫଳରେ ଅନେକ କ୍ଷୟ କ୍ଷତି ହୋଇଥିବା ନେଇ ସୂଚନା ରହିଛି ।

ଆକେଲନ୍ ସହରରେ ଗୋଟିଏ ରକେଟ୍ ପଡ଼ିଥିଲା ଯେଉଁଠାରେ ଜଣେ 30 ବର୍ଷୀୟ ବ୍ୟକ୍ତି ଆହତ ହୋଇଥିଲେ। ତାଙ୍କୁ ଗୁଳି ବାଜି ଆଘାତ ଲାଗିଥିଲା ​​ଏବଂ ଚିକିତ୍ସା ପାଇଁ ତାଙ୍କୁ ବରଜିଲାଇ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା । ରାତି 9ଟା ପରେ ଗାଜାରେ ଅଲ-ବାଲାହ ଅଞ୍ଚଳରୁ ଇସ୍ରାଏଲର ଉପକୂଳବର୍ତ୍ତୀ ସହର ଆସ୍କେଲନ୍ ଏବଂ ଆଶଡୋଡ୍ ଉପରେ ରକେଟ ମାଡ଼ କରାଯାଇଥିଲା। ଇସ୍ରାଏଲୀ ସରକାର କହିଛି ଯେ ହମାସକୁ ଏହି ଆକ୍ରମଣର ବଡ଼ ଜବାବ ଦେବାକୁ ପଡିବ। ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହୋଇ ଇସ୍ରାଏଲୀ ସେନା (IDF)କୁ ହମାସ ଉପରେ ଏକ ବଡ଼ ଆକ୍ରମଣ କରି ଏହାକୁ ଧ୍ୱଂସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Israel

ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଇସ୍ରାଏଲର ଉଚ୍ଚ ଆପାର୍ଟମେଣ୍ଟ କୋଠା ନିକଟରେ ହମାସ ରକେଟ ପଡୁଥିବାର ଦେଖିବା ପାଇଁ ମିଳିଥିଲା । ଏହି ଆକ୍ରମଣ ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ଗସ୍ତରେ ଥିଲେ । ହମାସ ବିରୁଦ୍ଧରେ ଚାଲିଥିବା ଆକ୍ରମଣକୁ ଆହୁରି ତୀବ୍ର କରିବାକୁ ଇସ୍ରାଏଲୀ ସେନା (IDF)କୁ ନିର୍ଦ୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+