ଆସନ୍ତାକାଲି ଶେଷ ହେବ ହମାସ-ଇସ୍ରାଏଲ ଯୁଦ୍ଧ! ହେଲେ ଏପରି ସର୍ତ୍ତ ରଖିଲା ଇସ୍ରାଏଲ

Benjamin Netanyahu: ଇସ୍ରାଏଲ୍ ସେନା ହାମାସ ନେତା ୟାହିୟା ସିନୱାରଙ୍କୁ ହତ୍ୟା କରିବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବଡ଼ ଘୋଷଣା କରିଛନ୍ତି । ଗତକାଲି (ଅକ୍ଟୋବର 17) ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଆସନ୍ତାକାଲି ସେ ହମାସ ସହିତ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବେ, କିନ୍ତୁ ଏଥିପାଇଁ ହମାସ ବନ୍ଦୀ ରଖିଥିବା ସମସ୍ତ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ପଡ଼ିବ। ତେବେ ଦେଖିବା ବାକି ରହିସା ହମାସ-ଇସ୍ରାଏଲର ଏହି ସର୍ତ୍ତକୁ ଗ୍ରହଣ କରୁଛି କି ନାହିଁ ।

Benjamin Netanyahu

ସୂଚନାନୁସାରେ, ଅତିକମରେ 102 ଜଣ ଲୋକ ହମାସଙ୍କ ଅଧୀନରେ ଅଛନ୍ତି, ଇସ୍ରାଏଲ ସେମାନଙ୍କୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି । ନିଜ ଭିଡିଓ ବାର୍ତ୍ତାରେ ବେଞ୍ଜାମିନ ନେତାନ୍ୟାହୁ ଗାଜାର ଲୋକଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି ଏବଂ ସେ ଗାଜାବାସୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି ।

ସେହିପରି ହମାସ ମୁଖ୍ୟ ସିନୱାରଙ୍କ ହତ୍ୟା ପରେ ଆମେରିକା ମଧ୍ୟ ବହୁତ ଖୁସି। ଏହି କାରଣରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ବ୍ୟତୀତ ଯୁଦ୍ଧ ସମ୍ବନ୍ଧୀୟ ପରବର୍ତ୍ତୀ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+