୬ ଇସ୍ରାଏଲୀ ପଣବନ୍ଦୀଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କଲା ହମାସ୍
ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଗାଜାର ଶାସକ ହମାସ୍ ଶନିବାର ୬ ଇସ୍ରାଏଲୀ ପଣବନ୍ଦୀଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରିଦେଇଛି। ଗାଜାରେ ଦୁଇଟି ଅଲଗା ଉତ୍ସବ ମଧ୍ୟରେ ସେମାନଙ୍କୁ ରେଡ୍କ୍ରସ୍କୁ ହସ୍ତାନ୍ତର କରାଯାଇଛି। ସଶସ୍ତ୍ର ହମାସ୍ ଯୋଦ୍ଧାମାନେ ସେମାନଙ୍କୁ ମୁହଁ ଘୋଡ଼ାଇ ମଞ୍ଚ ଉପରକୁ ଆଣିଥିଲେ।
ନୁସେଇରାତ୍ ସହରରେ ୩ ପଣବନ୍ଦୀ ଓମେର ଓ୍ବେନ୍କେର୍ଟ, ଓମେର ଶେମ୍ ଟୋଭ୍ ଏବଂ ଏଲିୟା ଚୋହେନ୍ଙ୍କୁ ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ରାଫାହ ସହରରେ ଅନ୍ୟ ୨ ପଣବନ୍ଦୀଙ୍କୁ ରେଡ୍କ୍ରସ୍କୁ ହସ୍ତାନ୍ତର କରାଯାଇଥିଲା। ଷଷ୍ଠ ପଣବନ୍ଦୀ ହିଶମ ଅଲ୍-ସୟେଦ ଶନିବାର ମୁକ୍ତ ହେବାକୁ ଥିବା ବେଳେ ତାଙ୍କୁ ହସ୍ତାନ୍ତର କରାଯାଇ ନାହିଁ।

୨ ଦିନ ପୂର୍ବରୁ ହମାସ୍ ୪ ଜଣ ପଣବନ୍ଦୀଙ୍କ ମୃତଦେହ ଇସ୍ରାଏଲ୍କୁ ହସ୍ତାନ୍ତର କରିଥିବାବେଳେ ସେମାନଙ୍କ ମଧ୍ୟରୁ ଶିରି ବିବାସ୍ଙ୍କ ବଦଳରେ ଗାଜାର ଜଣେ ମହିଳାଙ୍କ ମୃତଦେହ ପଠାଯାଇଥିବା ଅଭିଯୋଗ ହୋଇଥିଲା। ଏହା ନିଷ୍ଠୁରତା ଏବଂ ଅସ୍ତ୍ରବିରତି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିବା ସହ ପ୍ରତିଶୋଧ ନେବେ ବୋଲି ଚେତାବନୀ ଦେଇଥିଲେ।












Click it and Unblock the Notifications