Get Updates
Get notified of breaking news, exclusive insights, and must-see stories!

ହମାସ ଆତଙ୍କବାଦୀ ନେଉଛନ୍ତି ଇସ୍ରାଏଲ ପିଲାଙ୍କ ଯତ୍ନ, ଦେଖନ୍ତୁ ଭିଡିଓ

Israel Hamas war latest Update: ଇସ୍ରାଏଲ ଉପରେ ଚୁପଚାପ୍ ଆକ୍ରମଣ କରିବା ପରେ ଟାର୍ଗେଟରେ ରହିଛି ରହିଛନ୍ତି ହମାସ ଆତଙ୍କବାଦୀ । ଖୋଜି ଖୋଜି ହତ୍ୟା କରୁଛି ଇସ୍ରାଏଲ । ଏପରି ସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ ପାଇଛି । ଗତରାତିରେ ହମାସର ବାୟୁସେନା ମୁଖ୍ୟଙ୍କର ମୃତ୍ୟୁ ହୋଇଛି । ଗାଜା ଷ୍ଟ୍ରିପରେ ହୋଇଥିବା ଏୟାର ଷ୍ଟ୍ରିଇକରେ ହମାସର ବାୟୁସେନା ମୁଖ୍ୟ ସହସ୍ୟ ନିହତ ହୋଇଥିବା କୁହାଯାଇଛି ।

ଦ ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନୁସାରେ, ଗତକାଲି ରାତିରେ ହମାସର ଏକ ମୁଖ୍ୟ କାର୍ଯ୍ୟଳୟ ଉପରେ ଇସ୍ରାଏ ସେନା ଆକ୍ରମଣ କରିଥିଲା । ଗାଜା ଷ୍ଟ୍ରିପରେ ଥିବା ହମାସର ମୁଖ୍ୟକାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ଦ୍ୱାରା ହମାସର ଜଣେ ମୁଖ୍ୟଙ୍କର ମୃତ୍ୟୁ ହୋଇଛି । ଏନେଇ ଇସ୍ରାଏଲ ପ୍ରତିରକ୍ଷା ଟିମ୍ ସୂଚନା ଦେଇଛି ।

Hamas Flaunt Israeil Babies

ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି। ଗତ ସପ୍ତାହରେ ହମସା ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ 1300 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ହମାସ ଆତଙ୍କବାଦୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସଶସ୍ତ୍ର ଆତଙ୍କବାଦୀମାନେ ଛୋଟ ପିଲାମାନଙ୍କୁ ଖାଇବାକୁ ଦେଉଥିବାର ଦେଖିବା ପାଇଁ ମିଳୁଛି ।

ଏହି ଭିଡିଓ ହମାସ୍ ଗ୍ରୁପ୍ ମେସେଜିଂ ଆପ୍ ଟେଲିଗ୍ରାମର ଏକ ଚ୍ୟାନେଲରେ ପ୍ରସାରିତ ହୋଇଛି ଏବଂ ସୂଚନା ଦିଆଯାଇଛି ଯେ, ଆତଙ୍କବାଦୀ ମାନେ କିପରି ଛୋଟ ପିଲାଙ୍କର ଯତ୍ନ ନେଉଛନ୍ତି । ହମାସ ଛୋଟ ପିଲାଙ୍କ ସମେତ 150 ଜଣ ଲୋକଙ୍କୁ ବନ୍ଧି କରି ରଖିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଇସ୍ରାଏଲ ଦାବି କରିଛି ଯେ, ହମାସ ଆତଙ୍କବାଦୀ ମାନେ ଏହି ଛୋଟ ପିଲାଙ୍କର ମାତା ପିତାଙ୍କର ହତ୍ୟା କରି ଦେଇଛନ୍ତି ।

ଭିଡିଓରେ, ହମାସ୍ ଆତଙ୍କବାଦୀ ମାନେ ଇସ୍ରାଏଲ ପିଲାମାନଙ୍କୁ ସେମାନଙ୍କ କୋଳରେ ଧରିଥିବା ଦେଖିବା ପାଇଁ ମିଳୁଛି । ଜଣେ ଆତଙ୍କବାଦୀ 4 ରୁ 6 ବର୍ଷ ବୟସର ପିଲାକୁ ତାଙ୍କ କୋଳରେ ଧରିଛନ୍ତି ଏବଂ ଏହି ସମସ୍ତ ଆତଙ୍କବାଦୀଙ୍କ ପାଖରେ ରହିଛି AK-47 ଆକ୍ରମଣକାରୀ ରାଇଫଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+