ଇସ୍ରାଏଲ ସହିତ ଅସ୍ତ୍ରବିରତି ଚୁକ୍ତି ପରେ ୮ ଗାଜାବାସୀଙ୍କୁ ମୃତ୍ୟୁଦଣ୍ଡ ଦେଲା ହମାସ
ଇସ୍ରାଏଲ ସହିତ ଅସ୍ତ୍ରବିରତି ଚୁକ୍ତି ପରେ ହମାସ ଆତଙ୍କବାଦୀ ସଂଗଠନ ଏବେ ବିଚଳିତ ହୋଇପଡିଛି। କାରଣ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ହମାସ ଗାଜାକୁ ନିଜ ନିୟନ୍ତ୍ରଣ ମୁକ୍ତ କରିବ। ଏହା ସହିତ ଅସ୍ତ୍ର ତ୍ୟାଗ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହମାସ ଏପରି ଚୁକ୍ତି ସ୍ବୀକାର କରିଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ବିଚଳିତ ହୋଇଛି। ଏପରିସ୍ଥଳେ ହମାସ ସୋମବାର ସନ୍ଧ୍ୟାରେ ଗାଜାର ୮ଜଣ ନାଗରିକଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦେଇଛି।

ଏହି ୮ ନାଗରିକଙ୍କ ଆଖିରେ କଳାପଟି ବନ୍ଧାଯାଇଥିଲା। ସେମାନଙ୍କୁ ଆଣ୍ଠେଇ ବସାଇବା ପୂର୍ବକ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ବେଳେ ଏହା ହମାସର ବର୍ବରତାକୁ ସୂଚିତ କରୁଛି। ହମାସ ଏମାନଙ୍କୁ ଇସ୍ରାଏଲର ସହଯୋଗୀ ତଥା ଅପରାଧୀ ବୋଲି ବିବେଚନା କରି ହତ୍ୟା କରିଛି। ଗାଜାକୁ ନିୟନ୍ତ୍ରଣ ମୁକ୍ତ ପୂର୍ବକ କ୍ଷମତା ଛାଡିବାକୁ ହମାସ ଏକପ୍ରକାର ନାରାଜ। କାରଣ ହମାସର ସୁରକ୍ଷାକର୍ମୀମାନେ ଏବେ ଗାଜାରେ ପଇଁତରା ମାରିବା ଆରମ୍ଭ କରିଛନ୍ତି।
ପୂର୍ବପରି ଏମାନେ ଗାଜାର ସୁରକ୍ଷା ଦାୟିତ୍ବ ବହନ କରିବାକୁ ଯାଉଛନ୍ତି। ଇସ୍ରାଏଲ ଏହାର ସୈନ୍ୟ ପ୍ରତ୍ୟାହାର କରିନେବା ପରେ ହମାସ ସମର୍ଥିତ ବିଭିନ୍ନ ସଂଗଠନ ସକ୍ରିୟ ହୋଇ ଉଠିଛନ୍ତି। ହମାସ ଦୀର୍ଘ ୧୮ବର୍ଷ ହେଲା ଗାଜାକୁ ନିଜ ନିୟନ୍ତ୍ରଣରେ ରଖି ଆସଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ପୂର୍ବକ କହିଛନ୍ତି ଯେ ହମାସକୁ ସମ୍ପୂର୍ଣ୍ଣ ବିନାଶ ନ କରିବା ପର୍ଯ୍ୟନ୍ତ ଯୁଦ୍ଧ ଶେଷ ହେବ ନାହିଁ।












Click it and Unblock the Notifications