ଥମିବ କି ଯୁଦ୍ଧ? ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ହମାସର ମଞ୍ଜୁରୀ
ଗାଜାପଟିରେ ଇସ୍ରାଏଲ ସହ ଅସ୍ତ୍ରବିରତି ପ୍ରସ୍ତାବକୁ ହମାସ ଦେଇଛି ମଞ୍ଜୁରୀ। ହମାସ ପକ୍ଷରୁ ଶନିବାର କୁହାଯାଇଛି ସେ ଇଜିପ୍ଟ ଓ କତର ଦ୍ବାରା ପ୍ରସ୍ତାବିତ ଅସ୍ତ୍ରବିରତି ପ୍ରସ୍ତାବକୁ ସ୍ବୀକାର କରି ନେଇଛି। କିନ୍ତୁ ସମସ୍ୟା ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ସେ ଆମେରିକା ସହ ମିଶି ଏକ ନୂଆ ପ୍ରସ୍ତାବ ତିଆରି କରିଛି। ଏହି ପ୍ରସ୍ତାବରେ ଇସ୍ରାଏଲ ପକ୍ଷରୁ ମୁକ୍ତ ହେଉଥିବା ବନ୍ଧକଙ୍କ ସଂଖ୍ୟାରେ ପରିବର୍ତ୍ତନ କରାଯାଇଛି।
ଗାଜାରେ ଅସ୍ତ୍ରବିରତି ନେଇ ଇଜିପ୍ଟ ଓ କତର ଗତ କିଛି ସମୟ ହେବ ଲଗାତାର ଚେଷ୍ଟା କରିବାରେ ଲାଗିଛି। ଏହା ଅନୁସାରେ, ସେ ହମାସ ଆଗରେ ଏକ ପ୍ରସ୍ତାବ ରଖିଥିଲା। ଇଜିପ୍ଟ ପକ୍ଷରୁ ଜଣେ ଅଧିକାରୀ ଏଜେନ୍ସିକୁ କହିଛନ୍ତି ଏହି ଚୁକ୍ତି ଅନୁସାରେ ହମାସ ଏକ ଆମେରିକୀୟ ଇସ୍ରାଏଲି ସହିତ ୫ ଜୀବିତ ବନ୍ଧକଙ୍କୁ ମୁକ୍ତ କରିବ। ଏହା ବଦଳରେ ଇସ୍ରାଏଲ ଗାଜାରେ ମାନବୀୟ ସହାୟତାକୁ ପହଁଞ୍ଚାଇବା ଓ ଏକ ସପ୍ତାହ ପାଇଁ ଯୁଦ୍ଧ ରୋକିବା ଉପରେ ସହମତି ପ୍ରକାଶ କରିଛି। ଏହା ସହ ଇସ୍ରାଏଲ ଶତାଧିକ ପାଲେଷ୍ଟନୀୟ କଏଦୀଙ୍କୁ ମୁକ୍ତ କରିବ।।

ଗାଜାରେ ହମାସ ନେତା ଖଲିଲ ଅଲ ହୟା ଏହାକୁ ସ୍ବିକାର କରିବାର ଘୋଷଣା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହ ସ୍ପଷ୍ଟ ହୋଇନି ଯେ, ଏହି ଘୋଷଣା ପୂର୍ବରୁ ପ୍ରସ୍ତାବରେ ପରିବର୍ତ୍ତ କରାଯାଇଛି କି ନାହିଁ। ଇସ୍ରାଏଲ ପକ୍ଷରୁ ଆଗତ କରାଯାଇଥିବା ନୂଆ ପ୍ରସ୍ତାବ ଉପରେ କୌଣସି ଅଧିକ ସୂଚନା ସାମନାକୁ ଆସିନି। କିନ୍ତୁ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି ଏହି ପ୍ରସ୍ତାବ ଶୁକ୍ରବାର ଚର୍ଚ୍ଚା ପରେ ସାମନାକୁ ଆସିଛି।












Click it and Unblock the Notifications