Get Updates
Get notified of breaking news, exclusive insights, and must-see stories!

ଅନ୍ଧାରରେ ଅଧା ୟୁରୋପ; ସ୍ପେନ୍‌, ପର୍ତ୍ତୁଗାଲ, ବେଲଜିୟମ୍‌ ଅନ୍ଧାରରେ, କାମ କରୁନି ଟେଲିଫୋନ୍‌

ଅନ୍ଧାରରେ ଅଧା ୟୁରୋପ l ୟୁରୋପର ଅନେକ ଅଞ୍ଚଳରେ ଅଚାନକ ବ୍ଲାକଆଉଟ୍ ହେବା ନେଇ ଖବର ଆସିଛି l ୟୁରୋପୀୟ ଦେଶ ସ୍ପେନ ଏବଂ ପର୍ତ୍ତୁଗାଲରେ ବଡ଼ ଧରଣର ବିଦ୍ୟୁତ କାଟ ହୋଇଥିବା ରିପୋର୍ଟ ମିଳିଛି l ମିଳିଥିବା ସୂଚନା ମୁତାବକ, ଏହି ଦେଶଗୁଡ଼ିକର ରାଜଧାନୀଗୁଡ଼ିକରେ ମଧ୍ୟ ବିଦ୍ୟୁତ୍ କାଟ ହୋଇଛି l ଫ୍ରାନ୍ସର କିଛି ସହର ମଧ୍ୟ ଏହି ବ୍ଲାକଆଉଟ୍ ଦ୍ୱାରା ପ୍ରଭାବିତ ହୋଇଛି l

ସ୍ପେନର ସରକାରୀ ବିଦ୍ୟୁତ୍ କମ୍ପାନୀ ରେଡ୍ ଇଲେକ୍ଟ୍ରିକା କହିଛି ଯେ, ବିଦ୍ୟୁତ୍ ଯୋଗାଣକୁ ପୁଣିଥରେ ଆରମ୍ଭ କରିବା ପାଇଁ କାମ ଚାଲିଛି l ତେବେ ବର୍ତ୍ତମାନ ସମୟରେ ବ୍ଲାକ୍ଆଉଟ କେଉଁ କାରଣରୁ ହେଲା, ସେନେଇ ଯାଞ୍ଚ କରାଯାଉଛି l

Europe

ସେହିପରି ସ୍ପେନର ଜାତୀୟ ରେଳ କମ୍ପାନୀ ରେନଫେ କହିଛି ଯେ, ସ୍ଥାନୀୟ ସମୟ ରାତି ୧୨ଟା ୩୦ରେ ଦେଶର ସମ୍ପୂର୍ଣ୍ଣ ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ବିଚ୍ଛିନ୍ନ ହୋଇଯାଇଥିଲା l ତେଣୁ ଟ୍ରେନଗୁଡ଼ିକୁ ଅଟକାଯାଇଛି ଏବଂ କୌଣସି ଷ୍ଟେସନରୁ କୌଣସି ଟ୍ରେନ ଆସିନାହିଁ କିମ୍ବା ଛାଡିନାହିଁ l ତେବେ ପର୍ତ୍ତୁଗାଲରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବା ଦ୍ୱାରା ରାଜଧାନୀ ଲିସବନ୍ ଏବଂ ଆଖପାଖ ଅଞ୍ଚଳ ସହିତ ଦେଶର ଉତ୍ତର ଏବଂ ଦକ୍ଷିଣ ଅଂଶକୁ ଏହା ପ୍ରଭାବିତ କରିଥିଲା l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+