ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସଇଦର ସୁରକ୍ଷା ବଢ଼ାଇଲା ପାକିସ୍ତାନ
ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି ପାକିସ୍ତାନ । ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସଇଦକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଉଛି ପାକିସ୍ତାନ । ପାକସେନା, ଗୁଇନ୍ଦା ସଂସ୍ଥା ଏଏସଆଇ ଓ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା ମିଳିତ ଭାବେ ଆତଙ୍କୀ ହାଫିଜକୁ ସୁରକ୍ଷା ଯୋଗାଇ ଦେଉଥିବା ସୂଚନା ମିଳିଛି ।
ଲାହୋର ସ୍ଥିତ ଜୋହର ସହରରେ ଥିବା ହାଫିଜ ସଇଦର ଘର ଉପରେ ଡ୍ରୋନ୍ ଓ ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯାଉଛି । କାଳେ ଭାରତ ହାଫିଜ ଘର ଉପରେ ଏୟାର ଷ୍ଟ୍ରାଇକ୍ କରିଦେବ, ସେହି ଡର ଏବେ ପାକିସ୍ତାନକୁ ଘାରିଛି । କୁହାଯାଉଛି ପ୍ରଥମ ସୁରକ୍ଷା ସ୍ତରରେ ପୂର୍ବତନ କମାଣ୍ଡୋମାନଙ୍କୁ ନିୟୋଜିତ କରାଯାଇଛି।

ଦ୍ୱିତୀୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ଅଛନ୍ତି । ତୃତୀୟ ସ୍ତରରେ, ହାଫିଜ୍ ସଇଦର ନିଜସ୍ୱ ବ୍ୟକ୍ତିଗତ ସୁରକ୍ଷା ଦଳ ଅଛି, ଯାହାକୁ ଆତଙ୍କବାଦୀଙ୍କ ଏକ ଦଳ ମଧ୍ୟ କୁହାଯାଇପାରେ । ଚତୁର୍ଥ ସ୍ତରରେ ଲାହୋର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପଞ୍ଚମ ଏବଂ ସବୁଠାରୁ ବାହ୍ୟ ସ୍ତରରେ ହାଫିଜ୍ ସଇଦର ଦୃଢ଼ ସମର୍ଥକମାନେ ଅଛନ୍ତି ।
ନିଜ ଆତଙ୍କୀମାନଙ୍କୁ ସୁରକ୍ଷା ଦେବା ଲାଗି ପାକ୍ ସରକାର ପଦକ୍ଷେପ ନେଇଛି । ପୂର୍ବରୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡଗୁଡ଼ିକରେ ମୁତୟନ ଆତଙ୍କୀମାନଙ୍କୁ ପାକ୍ ସେନା ବଙ୍କର ଭିତରେ ଲୁଚାଇ ରଖିଛି । ଏହା ପରେ ଲସ୍କର ମୁଖ୍ୟ ହାଫିଜକୁ ସରକାର ସୁରକ୍ଷା ଦେଇଛି ।












Click it and Unblock the Notifications