ନିର୍ବାଚନ ବାତିଲ କରିବାକୁ ମୋ ଭାଇକୁ ହତ୍ୟା କରିଛ, ୟୁନୁସଙ୍କ ଉପରେ ହାଦିଙ୍କ ଭାଇଙ୍କ ଆରୋପ

ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗତ ଗୁରୁବାର ମୃତ୍ୟୁ ଘଟିଥିଲା। କିଛି ଦିନ ପୂର୍ବରୁ ୩୪ ବର୍ଷୀୟ ହାଦିଙ୍କୁ ଗୁଳି କରାଯାଇଥିଲା ଏବଂ ସେ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି। ସେ ପ୍ରଖର ଭାରତ ବିରୋଧୀ ଭାବେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁ ପରେ ଏବେ ବାଂଲାଦେଶରେ ହିଂସା ବଢ଼ିବାରେ ଲାଗିଛି। ହିନ୍ଦୁଙ୍କୁ ଟାର୍ଗେଟ କରାଯିବା ସହ ଆକ୍ରମଣ କରାଯାଉଛି। କିଛି ଦିନ ତଳେ ଜଣେ ହିନ୍ଦୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦଙ୍ଗାକାରୀ। ଏହି ବିବାଦ ମଧ୍ୟରେ ଏବେ ଉସମାନ ହାଦିଙ୍କ ବଡ଼ ଭାଇ ବାଂଲାଦେଶ ସରକାରଙ୍କୁ ଧମକ ଦେଇଛନ୍ତି।

Hadi s
ହାଦିଙ୍କୁ ନ୍ୟାୟ ନମିଳିଲେ ଦେଶ ଛାଡ଼ିବାକୁ ହେବ
ତାଙ୍କ ବଡ଼ ଭାଇ ଅବୁ ବକର, ଜନସମାବେଶକୁ ଏକ ଆବେଗପୂର୍ଣ୍ଣ ଭାଷଣ ଦେଇ କହିଥିଲେ ଯେ, "ଯଦି ୟୁନୁସ ସରକାର ନ୍ୟାୟ ଦେଇପାରିବ ନାହିଁ ତେବେ ତାଙ୍କୁ ଦେଶ ଛାଡ଼ିବାକୁ ହେବ। ତୁମେମାନେ ଓସମାନ ହାଦିଙ୍କୁ ହତ୍ୟା କରିଛ ଏବଂ ତାଙ୍କ ଆଳରେ ନିର୍ବାଚନ ବାତିଲ କରିବାକୁ ଚାହୁଁଛ। ଯଦି ହାଦିଙ୍କୁ ନ୍ୟାୟ ନ ମିଳେ, ତେବେ ତୁମକୁ ମଧ୍ୟ ଏଦେଶ ଛାଡିବାକୁ ହେବ।"

ସିଙ୍ଗାପୁରରେ ମୃତ୍ୟୁ
ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରମୁଖ ବିରୋଧୀ ଶରିଫ ଉସମାନ ହାଦି ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଇନକିଲାବ ମଞ୍ଚ ଏକ ଫେସବୁକ୍ ପୋଷ୍ଟରେ ତାଙ୍କ ମୃତ୍ୟୁ ନିଶ୍ଚିତ କରିଥିଲା। ଡିସେମ୍ବର ୧୨ ତାରିଖରେ ଢାକାର ପୁରୁଣା ପଲଟନ ଅଞ୍ଚଳରେ ବ୍ୟାଟେରୀ ଚାଳିତ ରିକ୍ସାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ମୋଟରସାଇକେଲ ଆତତାୟୀମାନେ ଗୁଳି କରିଥିଲେ। ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ହାଦି ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା, କିନ୍ତୁ ସେ ବଞ୍ଚି ପାରି ନଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+