H-1B ଭିସାକୁ ଆଶ୍ବସ୍ତି, କେବଳ ଏହି ମାନଙ୍କ ଉପରେ ଲାଗୁ ହେବ ନୂଆ ନିୟମ
ଆମେରିକା ଭିସାକୁ ନେଇ ସାମାନ୍ୟ ଆଶ୍ବସ୍ତି । ଯେଉଁମାନେ ଆମେରିକାରେ ଅଛନ୍ତି ସେମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ ନାହିଁ । ଯେଉଁମାନେ ନୂଆ ଆବଦେନକାରୀ ସେମାନଙ୍କ କ୍ଷେତ୍ରରେ କେବଳ ଏହି ନୂଆ ନିୟମ ଲାଗୁ ହେବ । ନୂଆ H-1B ଭିସା ଆବେଦନ ପାଇଁ ବାର୍ଷିକ ୯୦ ଲକ୍ଷ ଟଙ୍କା ଦେବାକୁ ହେବ । ଯେଉଁମାନଙ୍କ ପାଖରେ H-1B ଭିସା ଅଛି ଏବଂ ସେମାନେ ଆମେରିକା ବାହାରେ ଅଛନ୍ତି, ସେମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ ନାହିଁ ।

ସୂଚନାନୁଯାୟୀ, ସୋସିଆଲ ମିଡିଆ Xରେ ସୂଚନା ଦେଇଛନ୍ତି ହ୍ବାଇଟ ହାଉସ ପ୍ରେସ୍ ସଚିବ କାରୋଲିନ ଲେଭିଟ। ଭିସା ନବୀକରଣ ପାଇଁ ମଧ୍ୟ ଏହା ଲାଗୁ ହେବ ନାହିଁ। ଯେଉଁମାନେ ଭିସା ପାଇଁ ନୂଆ ଆବେଦନ କରିବେ କେବଳ ସେହିମାନଙ୍କୁ ହିଁ ୯୦ ଲକ୍ଷ ଦେବାକୁ ପଡ଼ିବ। ନୂଆ ନିୟମ ଆଜି ଠାରୁ ଲାଗୁ ହେବ। ଏ ନେଇ ଗତକାଲି ଏକଜେକ୍ୟୁଟିଭ ଅର୍ଡରରେ ଦସ୍ତଖତ କରିଛନ୍ତି ଟ୍ରମ୍ପ। H-1B ଭିସା ଜରିଆରେ ବିଭିନ୍ନ ଆମେରିକୀୟ କମ୍ପାନୀମାନେ ବିଦେଶୀ ବିଶେଷଜ୍ଞଙ୍କୁ ଆଣିଥାନ୍ତି। ବିଶେଷ କରି ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ସ୍ବାସ୍ଥ୍ୟସେବା ଭଳି କ୍ଷେତ୍ରରେ ବ୍ୟବହାର ହୋଇଥାଏ H-1B ଭିସା। ତେବେ ନୂଆ ଆବେଦନ ହେଲେ ମଧ୍ୟ ଏହା ଭାରତୀୟଙ୍କ ଆମେରିକା ସ୍ବପ୍ନକୁ ଚୁରମାର କରିବ।
ପ୍ରକାଶଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଅର୍ଥାତ୍ ଗତକାଲି ନୂଆ H-1B ଭିସା ଆବେଦନ ଉପରେ ୧୦୦,୦୦୦ ଡଲାର ଶୁଳ୍କ ଲାଗୁ କରିବା ପାଇଁ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଯାହାର ଅର୍ଥ ହେଉଛି ଭାରତୀୟମାନଙ୍କୁ ଏବେ ଭିସା ପାଇଁ ଆବେଦନ କରିବା ପାଇଁ ୮୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପଦକ୍ଷେପ ଭାରତୀୟ ଶ୍ରମିକମାନଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ ।












Click it and Unblock the Notifications