ଅତର୍କିତ ହେଲା ଗୁଳିମାଡ଼, ୪୦ ଜଣଙ୍କ ଗଲା ଜୀବନ, ଜାଣନ୍ତୁ ଏଭଳି ଘଟଣା କେଉଁଠି ଘଟିଛି
ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗାଁ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି । ନାଇଜେରିଆର ଉତ୍ତର-ମଧ୍ୟ ଅଞ୍ଚଳର ଏକ ଦୁର୍ଗମ ଗାଁରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ଥିବା ଅନେକ ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ ।
ସେପଟେ ନାଇଜେରିଆ ପୋଲିସ ଗୁଳିରେ ୭ଜଣ ବନ୍ଧୁକଧାରୀ ନିହତ ହୋଇଥିବା ବେଳେ ବାକି ସମସ୍ତ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପଠାରିି ପୋଲିସର ମୁଖପାତ୍ର ଆଲଫ୍ରେଡ ଆଲାବୋ କହିଛନ୍ତି, ପଠାରି ବଙ୍ଗଲାଲ ଜଙ୍ଗଲରେ ସୁରକ୍ଷା ଏଜେଣ୍ଟଙ୍କ ଆକ୍ରମଣରୁ ପଳାୟନ କରୁଥିବା ଦୁର୍ବୃତ୍ତମାନେ ଜୁରାକ ଏବଂ ଡକାଇ ଗ୍ରାମ ଉପରେ ଆକ୍ରମଣ କରିଥିଲେ ।

ସୁରକ୍ଷା ଏଜେଣ୍ଟ ମାନେ ୭ ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲେ । ପଳାୟନ କରୁଥିବା ବେଳେ ଆକ୍ରମଣକାରୀ ୯ ଜଣଙ୍କୁ ନିପାତ କରିଥିଲେ । ସୂଚନାନୁସାରେ , ନାଇଜେରିଆର ଉତ୍ତର- ମଧ୍ୟସ୍ଥିତ ପଠାରୀ ରାଜ୍ୟରେ ଏହି ଅଘଟଣ ଘଟିଛି । ଏଠାରେ ପଶୁପାଳକ ଏବଂ କୃଷକଙ୍କ ମଧ୍ୟ ବିବାଦ ଲାଗି ରହିଛି । ମଙ୍ଗଳବାର ଦିନ ଏହି ଘଟଣା ସମ୍ପର୍କରେ ପୋଲିସ ଓ ବାସିନ୍ଦା ସୂଚନା ଦେଇଛନ୍ତି ।
ପୋଲିସର ସୋମବାର ବିଳମ୍ବିତ ରାତିରେ ଜୁରାକ ଏବଂ ଡାକାଇ ଗ୍ରାମରେ ସଶସ୍ତ୍ର ବ୍ୟକ୍ତିମାନେ ଆକ୍ରମଣ କରିଥିଲେ ଓ ମଧ୍ୟରେ ଦୀର୍ଘ ଦିନ ହେଲା ମୁଖପାତ୍ର କହିଛନ୍ତି ଯେ ସୁରକ୍ଷା କର୍ମୀମାନେ ୭ ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରିଥିବାବେଳେ ପଳାୟନ କରୁଥିବା ଗ୍ୟା ଗ୍ୟାଙ୍ଗ ସଦସ୍ୟ ନିଅ ଜଣଙ୍କୁ ହତ୍ୟା କରି ୬ ଟି ଘର ପୋଡି ଦେଇଛନ୍ତି ବୋଲି ଏକ ବିବୃରିରେ କହିଛନ୍ତି ।












Click it and Unblock the Notifications