ପରିଚୟ ପଚାରି ୯ ଜଣଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ପାକିସ୍ତାନର ଏକ ବସ୍ ଉପରେ ବଡ଼ ଆକ୍ରମଣ । ସୂଚନା ଅନୁସାରେ, ଆକ୍ରମଣକାରୀମାନେ ୯ ଜଣଙ୍କୁ ସେମାନଙ୍କର ପରିଚୟ ପଚାରି ହତ୍ୟା କରିଛନ୍ତି । ଆକ୍ରମଣର ଶୀକାର ହୋଇଥିବା ସବୁ ମୃତକ ପଞ୍ଜାବର ଥିବା ଜଣାପଡିଛି । ସେମାନେ କ୍ବେଟାରୁ ଲାହୋର ଅଭିମୁଖେ ଯାଉଥିବା ବେଳେ ଆକ୍ରମଣକାରୀମାନେ ବଲୁଚିସ୍ତାନର ଝୋବ୍ ଅଞ୍ଚଳରେ ବସଟିକୁ ଅଟକାଇ ଆକ୍ରମଣ କରିଥିଲେ ।

ବଲୁଚିସ୍ତାନ ଅଞ୍ଚଳଟି ଭାରି ଅଶାନ୍ତ ଥିବାବେଳେ ଏହି ଅଞ୍ଚଳରେ ଏଭଳି ଘଟଣା ଘଟିବା କିଛି ନୂଆ ନୁହେଁ । ଏକ ଗଣମାଧ୍ୟମର ଖବର ଅନୁଯାୟୀ, ଆସିଷ୍ଟାଣ୍ଟ କମିଶନର ନାବେଦ ଆଲମ୍ କହିଛନ୍ତି ଯେ, ଆକ୍ରମଣକାରୀ ମାନେ ସେହି ରାସ୍ତାରେ ଯାଉଥିବା ଏକ ବସଟିକୁ ଅଟକାଇଥିଲେ । ବସଟି ଅଟକିବାପରେ ଯାତ୍ରୀମାନଙ୍କୁ ଜଣ ଜଣ କରି ସେମାନଙ୍କର ପରିଚୟ ପଚାରିଥିଲେ । ଏହାପରେ ୯ ଜଣଙ୍କୁ ଗୁଳି କରି ହତ୍ୟା କରିଦେଲେ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯାତ୍ରୀମାନେ ପଞ୍ଜାବର ଅଲଗା ଅଲଗା ଅଞ୍ଚଳର ଥିଲେ । ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

Pakistan Gunmen kill 9 Punjabis

ତେବେ ଏପର୍ଯ୍ୟନ୍ତ କୌଣସି ବି ସଂଗଠନ ବସ୍ ଆକ୍ରମଣ ଘଟଣା ପାଇଁ ଦାୟୀ ଥିବା କହିନାହାଁନ୍ତି । ସରକାରଙ୍କ ମୁଖପାତ୍ର ଶାହିଦ ରିଣ୍ଡ କହିଛନ୍ତି ଯେ, ଏହା କୌଣସି ଆତଙ୍କବାଦୀ ହିଁ କରିଛନ୍ତି । ଆତଙ୍କବାଦୀମାନେ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଜଣ ଜଣ କରି ପରିଚୟ ପଚାରି ପଚାରି ୯ଜଣ ନିର୍ଦ୍ଦୋଷ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ଅନ୍ୟପଟେ ଚଳିତବର୍ଷ ମାର୍ଚ୍ଚ ମାସରେ ବଲୁଚ ଲିବରେସନ୍ ଆର୍ମି କ୍ବେଟାରୁ ପେଶବାର ଯାଉଥିବା ଏକ୍ସପ୍ରେସ ଟ୍ରେନଟିକୁ ହାଇଜାକ୍ କରିଦେଇଥିଲେ । ଟ୍ରେନରେ ୪୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ବଲୁଚ୍ ଲିବରେସନ୍ ଆର୍ମିର ଦାବି ଅନୁସାରେ , ୪୦୦ ଯାତ୍ରୀମାନଙ୍କ ମଧ୍ୟରେ ଥିବା କିଛି ପାକିସ୍ତାନୀ ସୈନ୍ୟଙ୍କୁ ବି ସେମାନେ ବନ୍ଦୀ ବନାଇଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+