ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଲା ଗ୍ରୀସ୍, ତୀବ୍ରତା ୬.୧
ଗ୍ରୀସର କାସୋସ ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପର ଝଟକା ୬.୧ ତୀବ୍ରତା ରହିଛି । ୟୁନାଇଟେଡ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଅନୁସାରେ, ଭୂକମ୍ପ ଝଟକା ସ୍ଥାନୀୟ ସମୟାନୁସାରେ ରାତି ୧.୫୧ରେ ହୋଇଛି । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ନିଜ ନିଜ ଘରୁ ବାହାରକୁ ଚାଲିଆସିଥିଲେ । ଭୂକମ୍ପର କେନ୍ଦ୍ର ଏଲାଉଣ୍ଡା ଠାରୁ ୫୮ କିମି ଉତ୍ତର-ପୂର୍ବ ସମୁଦ୍ରରେ ରହିଥିଲା । ଏଲାଉଣ୍ଡା, କ୍ରିଟ ଦ୍ବୀପ ଉତ୍ତର ତଟରେ ରହିଛି ।

ସୂଚନାଯୋଗ୍ୟ, ମଇ ୧୪ରେ ଗ୍ରୀସରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ସମୟରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଭୂକମ୍ପ ସକାଳେ ହୋଇଥିଲା । ଭୂକମ୍ପ ଝଟକାରେ ଭୟଭୀତ ହୋଇ ଲୋକେ ଘରୁ ଦୌଡିଥିଲେ । ଏହି ଭୂକମ୍ପ ପରେ ସୁନାମୀ ଆକଳନ କରାଯାଇଥିଲା ।












Click it and Unblock the Notifications