ଆସିଲା ବଡ ଦୁଃଖଦ ଖବର; ଘୂର୍ଣ୍ଣିଝଡ଼ରେ ୧୩୬ ମୃତ୍ୟୁ, ୪୦ରୁ ଅଧିକ ଲୋକ ନିଖୋଜ

ଫିଲିପିନ୍ସର ଉତ୍ତର ପଶ୍ଚିମାଞ୍ଚଳରେ ଘୂର୍ଣ୍ଣିଝଡ଼ 'ଟ୍ରାମି' ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଓ ଧନଜୀବନ ହାନି ଘଟିଛି।

Philippines

ଘୂର୍ଣ୍ଣିଝଡ଼ ଯୋଗୁ ୧୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ପବନ ଯୋଗୁ ଅନେକ ସ୍ଥାନରେ ମାଟି ଅତଡ଼ା ଧସି ଘରଦ୍ଵାର ଭାଙ୍ଗିରୁଜି ଯାଇଛି। ରାସ୍ତାଘାଟରେ ମାଟି ଜମି ବନ୍ଦ ରହିଛି। ଜଳସ୍ତର ବୃଦ୍ଧି ପାଇବାରୁ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଛନ୍ତି।

ଉଦ୍ଧାରକାରୀ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି। ପ୍ରବଳ ବର୍ଷା ଯୋଗୁ ଅତର୍କିତ ବନ୍ୟା ଆସିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ପ୍ରବଳ ବେଗରେ ପବନ ବହିବାରୁ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ଫଳରେ ରାସ୍ତାଘାଟ ଅବରୋଧ ହୋଇରହିଛି। ଚଳିତ ବର୍ଷ ଫିଲିପିନ୍ସରେ ଏହା ୧୧ଶ ଘୂର୍ଣ୍ଣିଝଡ଼। ବର୍ତ୍ତମାନ ସୁଦ୍ଧା ୧୦ଟି ଘୂର୍ଣ୍ଣିଝଡ଼ ହୋଇସାରିଛି, ଯାହା ପ୍ରଭାବରେ ଦେଶବାସୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+