ଭୋଟ ଦେଲେ ଗୋବିନ୍ଦା, ବୁଥରେ ପହଁଞ୍ଚିବା ପରେ ତାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ଜାଣନ୍ତୁ କାରଣ...
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି। ଏହି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଅନେକ ସେଲିବ୍ରିଟିମାନେ ସେମାନଙ୍କ ପରିବାର ସହିତ ଭୋଟ ଦେବାକୁ ପହଞ୍ଚିଥିଲେ। ବଲିଉଡ ଷ୍ଟାର ଅକ୍ଷୟ କୁମାର ସକାଳୁସକାଳୁ ଭୋଟ ଦେବାକୁ ପହଞ୍ଚି ଯାଇଥିଲେ। ସେହିପରି ହିରୋ ନମ୍ବର ୱାନ କୁହାଯାଉଥିବା ଗୋବିନ୍ଦା ବି ଭୋଟ ଦେବା ପାଇଁ ଭୋଟଦାନ କେନ୍ଦ୍ରରେ ପହଞ୍ଚିଥିଲେ।
କିଛିଦିନ ତଳେ ଗୋବିନ୍ଦା ରାଜନୌତିକ ରାଲିରେ ସାମିଲ ହେବାପାଇଁ ମହାରାଷ୍ଟ୍ରର ଜଲଗ୍ରାମକୁ ଯାଇଥିଲେ । ସେଠାରେ ସେ ତାଙ୍କ ଦେହ ଅସୁସ୍ଥ ହେବା ଅନୁଭବ କରିଥିଲେ । ଯାହା ଫଳରେ ଗୋବିନ୍ଦା ରାଲିକୁ ଅଧାରୁ ଛାଡ଼ି ଡାକ୍ତରଖାନା ଚାଲି ଆସିଥିଲେ। ଡାକ୍ତର ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ହସ୍ପିଟାଲରୁ ଗୋବିନ୍ଦାଙ୍କୁ ଛୁଟି ମିଳି ଯାଇଥିଲେ ହେଁ ସେ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି। ଡାକ୍ତର ତାଙ୍କୁ କିଛିଦିନ ଘରେ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ଅସୁସ୍ଥ ଥିବା ସତ୍ତ୍ବେ ଗୋବିନ୍ଦା ଭୋଟ ଦେବାକୁ ପହଞ୍ଚିବା ପରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି।

ସୁପରଷ୍ଟାର ସଲମାନ ଖାନ୍ ମଧ୍ୟ ମୁମ୍ବାଇରେ ଭୋଟ୍ ଦେଇଛନ୍ତି। ସଲମାନ ଏକ ଧୂସର ରଙ୍ଗର ଟି-ଶର୍ଟ, କଳା କ୍ୟାପ୍ ଏବଂ କଳା ଚଷମା ପିନ୍ଧି ସଲମାନ 'ସିକନ୍ଦର' ଲୁକ୍ରେ ଭୋଟ୍ ଦେବାକୁ ଆସିଥିଲେ। ସେ ବାନ୍ଦ୍ରା ଓ୍ବେଷ୍ଟର ମତଦାନ କେନ୍ଦ୍ରରେ ନିଜର ଭୋଟ୍ ଦେଇଛନ୍ତି। ଏହି ସମୟ ମଧ୍ୟରେ ସୁପରଷ୍ଟାରଙ୍କୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିବାର ଦେଖିବାକୁ ମିଳିଥିଲା।












Click it and Unblock the Notifications