'ଆଲ୍ଲା ମୋତେ ରକ୍ଷାକର୍ତ୍ତା କରିଛନ୍ତି, ମୁଁ କୌଣସି ପଦବୀ ଚାହୁଁନାହିଁ'
ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଅସୀମ ମୁନିର ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଥିବା ନେଇ ଚାଲିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ମୁନିର କହିଛନ୍ତି ଯେ ଭଗବାନ ତାଙ୍କୁ ପାକିସ୍ତାନର ରକ୍ଷାକର୍ତ୍ତା କରିଛନ୍ତି। ତେଣୁ ଏହି ପଦ ବ୍ୟତୀତ ସେ ଅନ୍ୟ କୌଣସି ପଦ ପାଇଁ ଆଶାୟୀ ନୁହନ୍ତି।

ପାକିସ୍ତାନର ଦ୍ବିତୀୟ ସେନାଧ୍ୟକ୍ଷ ଭାବେ ଫିଲ୍ଡ ମାର୍ଶାଲ ପଦକୁ ପଦୋନ୍ନତି ପାଇଥିବା ମୁନିର ଏବେ ଆଇଏସଆଇ ଡିଜି, ସାମରିକ ଗୁଇନ୍ଦା ଡିଜି ଓ କ୍ରପସ୍ କମାଣ୍ଡର ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଅଧିଷ୍ଠିତ ଅଛନ୍ତି। ତେବେ ମୁନିର ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ନେଇ ଏବେ ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ମୁନିରଙ୍କୁ ରାଷ୍ଟ୍ରପତି ପଦ ଛାଡିବା ଲାଗି ବର୍ତ୍ତମାନର ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ଇସ୍ତଫା ଦେବେ ବୋଲି କୁହାଯାଉଛି। ଏପରି ଚର୍ଚ୍ଚା ମଧ୍ୟରେ ମୁନିର ଆମେରିକା ଗସ୍ତରୁ ଫେରିବା ବାଟରେ ବେଲଜିୟମ୍ରେ ଗଣମାଧ୍ୟମକୁ ନିଜର ମନୋଭାବ ସମ୍ପର୍କରେ କହିଛନ୍ତି।












Click it and Unblock the Notifications