Ghana election results: ପୁଣି ଠାରେ ଘାନାରେ ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ବିଜୟୀ
ଘାନାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ବିଜୟୀ ହୋଇଛନ୍ତି। ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ଉପରାଷ୍ଟ୍ରପତି ମହମୁଦୁ ବାୟୁମିଆ ପରାଜୟ ସ୍ବୀକାର କରିଛନ୍ତି। ଏଥର ଘାନା ଜନସାଧାରଣ ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ। ଆମେ ଏହାକୁ ସମ୍ମାନର ସହ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି। ଶନିବାର ନିର୍ବାଚନରେ ପରାଜୟ ଫଳରେ କ୍ରମାଗତ ୨ ଥର କ୍ଷମତାରେ ଥିବା ରାଷ୍ଟ୍ରପତି ନାନା ଅକୁଫୋ-ଅଡ୍ଡୋଙ୍କ ଏନ୍ପିପି ସରକାର ଶାସନର ଅନ୍ତ ହୋଇଛି। ଏହି ସରକାର ଅମଳରେ ଦେଶ ସର୍ବାଧିକ ଆର୍ଥିକ ସଙ୍କଟ ଓ ଉଚ୍ଚ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେବା ସହ ଋଣ ପରିଶୋଧ କରିପାରୁ ନ ଥିଲା।













Click it and Unblock the Notifications