ଟ୍ରମ୍ପ କିଣିଲେ ଟେସଲା କାର୍,ଟେଷ୍ଟ ଡ୍ରାଇଭ୍ରେ ସାମିଲ ହେଲେ ମସ୍କ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ମାସ ଧରି ଲଗାତାର ହେବ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଟ୍ରମ୍ପ ଏବଂ ମସ୍କ ଏକ ଟେସଲା କାର ସହିତ ନଜର ଆସିଛନ୍ତି। ଟ୍ରମ୍ପ ଏକ ଟେସଲା କାର କିଣିଛନ୍ତି। ଏଲନ ମସ୍କଙ୍କ ସହାୟତାରେ ଟ୍ରମ୍ପ ଏହି କାରକୁ ଚୟନ କରିଛନ୍ତି। ମସ୍କ ଏବେ ଟ୍ରମ୍ପଙ୍କ ସରକାରୀ ଦକ୍ଷତା ବିଭାଗ (DOGE)ର ନେତୃତ୍ୱ ନେଉଛନ୍ତି।
ମସ୍କ ଟ୍ରମ୍ପଙ୍କ ପାଇଁ ଟେସଲା କାରର ଏକ ସମ୍ପୂର୍ଣ୍ଣ ରେଞ୍ଜ ପ୍ରସ୍ତୁତ କରିଥିଲେ। ତାଙ୍କୁ ଗାଡ଼ି ବାଛିବାରେ ମଧ୍ୟ ସାହାଯ୍ୟ କରିଥିଲା।ଟ୍ରମ୍ପ ଏହି କାର୍ ମଡେଲକୁ ପ୍ରଶଂଦା କରିବା ସହିତ ନାଲି ରଙ୍ଗର ମଡେଲ X କୁ ଚୟନ କରିଛନ୍ତି । ମସ୍କ ଟ୍ରମ୍ପକୁ ଏକ ସାଇବର ଟ୍ରକ ଦେଖାଇଥିଲେ । ଏହା ବୁଲେଟପ୍ରୁଫ ଡିଜାଇନ ସହିତ ଆସିଥାଏ ବୋଲି ମସ୍କ ଟ୍ରମ୍ପଙ୍କୁ କହିଥିଲେ । ଟ୍ରମ୍ପ ଟେସଲାର ସ୍ପିଡ ଟେଷ୍ଟ କରୁଥିବା ସମୟରେ ମସ୍କ ତାଙ୍କ ସହିତ ଗାଡିରେ ଉପସ୍ଥିତ ଥିଲେ । ତେବେ ଏସବୁ ଦେଖି ସ୍ରିକେଟ ସିର୍ଭିସକୁ ଏଜେନ୍ସୀକୁ ହାର୍ଟ ଆଟାକ ଆସିବ ବୋଲି ମସ୍କ ଟ୍ରମ୍ପଙ୍କୁ ମଜାରେ କହିଥିଲେ ।

ଟେସଲର ସେୟାର ହ୍ରାସ ହେବା ବେଳେ ଟ୍ରମ୍ପ ଟେସଲା କାର୍ କିଣିଛନ୍ତି । ଏହି ସମୟରେ ଟ୍ରମ୍ପ ଏଲନ ମସ୍କଙ୍କୁ ସପୋର୍ଟ କରିଛନ୍ତି । ଗତ ୩ ମାସରେ ଟେସଲାରେ ସେୟାର ପାଖାପାଖି ୫୦ ପ୍ରତିଶତ ହ୍ରାସ ହୋଇଥିଲା । ସୋମବାର ଦିନ ମଧ୍ୟ ଟେସଲାର ସେୟାର ୧୫ ପ୍ରତିଶତ ହ୍ରାସ ପାଇଥିଲା । ତେବେ ଗତ କିଛିଦିନ ହେଲାଣି ଟେସଲାରେ ବିକ୍ରିରେ ହ୍ରାସ ଦେଖିବାକୁ ମିଳିଛି । ୟୁରୋପରେ ଟେସଲା ବିକ୍ରି ୪୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ଜର୍ମାନୀରେ ୭୬ ପ୍ରତିଶତ ହ୍ରାସ ପାଇଛି । ଚୀନରେ ଟେସଲା ବିକ୍ରି ୧୧.୫ ପ୍ରତିଶତ ହ୍ରାସ ପାଇଛି ।












Click it and Unblock the Notifications