ଜର୍ମାନ ରାଷ୍ଟ୍ରପତିଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ, ବିହାର ସରକାରଙ୍କ ପ୍ରୋଫାଇଲ ଫଟୋ ଲଗାଇଲେ ହ୍ୟାକର
ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟିନମିୟରଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ହ୍ୟାକର୍ସମାନେ ରାଷ୍ଟ୍ରପତିଙ୍କ ଆକାଉଣ୍ଟର ପ୍ରୋଫାଇଲ ଫଟୋକୁ ବିହାର ସରକାରଙ୍କ ଜଳସମ୍ପଦ ବିଭାଗର ଫଟୋ ସହିତ ବଦଳାଇ ଦେଇଛନ୍ତି। ତଥାପି, ଏହି ଘଟଣା ଉପରେ ଜର୍ମାନ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ବୟାନ ଦିଆଯାଇ ନାହିଁ, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ମଧ୍ୟ ହ୍ୟାକର୍ସ ଏହି ଆକାଉଣ୍ଟକୁ ପୂର୍ବତନ ନାଜି ପାର୍ଟି ମୁଖ୍ୟ ଆଡଲଫ ହିଟଲରଙ୍କ ପ୍ରୋଫାଇଲ ଭଳିଆ କରିଦେଇଥିଲେ।
ସୂଚନାନୁଯାୟୀ, ହି ସାଇବର ଆକ୍ରମଣ ବିଷୟରେ ସୂଚନା ପ୍ରଥମେ ଅନେକ ଏକ୍ସ ୟୁଜର୍ସ ଦେଇଥିଲେ। ଯେତେବେଳେ ଆକାଉଣ୍ଟର ୟୁଜରନେମ ବଦଳାଇ @adolf_gov କରାଯାଇଥିଲା।ହ୍ୟାକ ହୋଇଥିବା ଆକାଉଣ୍ଟର ବାୟୋରେ ଲେଖାଥିଲା, "ମେକ୍ ଜର୍ମାନୀ ଗ୍ରେଟ୍ ଏଗେନ୍।" ଆକାଉଣ୍ଟରେ ୫୭,୦୦୦ ଫଲୋଅର୍ସ ଥିଲେ। BRICS ନ୍ୟୁଜର ଅଫିସିଆଲ ଏକ୍ସ ଆକାଉଣ୍ଟ ପୋଷ୍ଟ କରିଛି ଯେ ଏହା ଜର୍ମାନ ରାଷ୍ଟ୍ରପତିଙ୍କ ଆକାଉଣ୍ଟ ଏବଂ ଏହାକୁ ହ୍ୟାକ କରାଯାଇଛି।

ପରବର୍ତ୍ତୀ ସମୟରେ, ଆକାଉଣ୍ଟଟିକୁ ଅସ୍ଥାୟୀ ଭାବରେ ନିଲମ୍ବିତ କରାଯାଇଥିଲା କିନ୍ତୁ ପରେ ଏହାକୁ ପୁନଃ ସକ୍ରିୟ କରାଯାଇଥିଲା ଏବଂ ଏହାର ନାମ ବିହାର ସରକାରଙ୍କ ଜଳ ସମ୍ପଦ ବିଭାଗ ଭାବରେ ପରିବର୍ତ୍ତନ କରାଯାଇଥିଲା, ୟୁଜରନେମ ଏବେ ବି @FrankWalterGER ରହିଛି।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା











Click it and Unblock the Notifications