ଗାଜାରେ ଜଣେ ମୁସଲମାନଙ୍କୁ ମାରିବାକୁ ଇସ୍ରାଏଲ ୩.୫ ଲକ୍ଷ ଟଙ୍କା କରିବ ଖର୍ଚ୍ଚ

ଗୁରୁବାର ଇସ୍ରାଏଲୀ ଯୁଦ୍ଧ ବିମାନ ଗାଜା ଷ୍ଟ୍ରିପରେ ପ୍ରବଳ ବୋମାମାଡ଼ କରିଥିଲା, ଯେଉଁଥିରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଉତ୍ତର ଗାଜାର ଏକ ସ୍କୁଲକୁ ମଧ୍ୟ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ସେଠାରେ ଆଶ୍ରୟ ନେଇଥିବା ୩୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦ରୁ ଅଧିକ ଆହତ ହୋଇଥିଲେ। ପାଲେଷ୍ଟାଇନ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସାମ୍ପ୍ରତିକ ସମୟରେ, ଇସ୍ରାଏଲ ଏହାର ଆକ୍ରମଣର ପରିସର ବୃଦ୍ଧି କରିଛି। ଇସ୍ରାଏଲୀ ସେନା କହିଛି ଯେ ହମାସ ଉପରେ ଚାପ ବୃଦ୍ଧି କରିବା ଏବଂ ଏହାକୁ ସମ୍ପୂର୍ଣ୍ଣ ବିତାଡ଼ିତ କରିବା ପାଇଁ ସେମାନେ ଆକ୍ରମଣକୁ ତୀବ୍ର କରିଛନ୍ତି। ଅନ୍ୟପଟେ ଗାଜାରେ ଜଣେ ମୁସଲମାନଙ୍କୁ ମାରିବା ପାଇଁ ମିଳିବ ୩.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ଇସ୍ରାଏଲ। ହତିଆର କିଣିବାକୁ ନେଇ ଏବେ ଆମେରିକା ସହ ନୂଆ ଡିଲ୍ କରିଛି ଇସ୍ରାଏଲ।

gaza one muslim killed morethan 3 lakhs weapons israel new arms deal

ଏହି ଡିଲ୍ ଅନୁସାରେ, ଇସ୍ରାଏଲକୁ ୮.୮ ବିଲିୟନ ଡଲାଣ (ପ୍ରାୟ ୭୫୦୦ କୋଟି ଟଙ୍କା)ର ଅସ୍ତ୍ର ଆମେରିକାରୁ ମିଳିବ। ଆମେରିକା ଇସ୍ରାଏଲକୁ ଏହି ଅସ୍ତ୍ର ଗାଜାରେ ଜାରି ସଙ୍କଟର ମୁକାବିଲ କରିବା ପାଇଁ ଦେଇଛି। ଇସ୍ରାଏଲ ଓ ଗାଜାର ସଂଗଠନ ହମାସ ମଧ୍ୟରେ ଅକ୍ଟୋବର ୨୦୨୩ ରୁ ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ ପାଲେଷ୍ଟାଇନର ପ୍ରାୟ ୬୦ ହଜାର ମୁସଲମାନଙ୍କ ଜୀବନ ଯାଇସାରିଛି।

ଆମେରିକା ଗଣମାଧ୍ୟମର ସୂଚନା ଅନୁସାରେ, ଇସ୍ରାଏଲକୁ ହତିଆରର ଏହି ସପ୍ଲାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଦିଆଯିବ। ଇସ୍ରାଏଲର କିଛି ଅସ୍ତ୍ର ଆମେରିକା ଅସ୍ତ୍ରଶସ୍ତ୍ର ଭଣ୍ଡାରରୁ ଦିଆଯିବ। କିନ୍ତୁ ତାହା ଭିତରୁ ଅଧିକାଂଶ ଦେବାକୁ ବର୍ଷେ କିମ୍ବା ତା'ଠାରୁ ଅଧିକ ସମୟ ଲାଗିପାରେ। ଇସ୍ରାଏଲକୁ ଆମେରିକା ୧୫୫ ତୋପର ଗୁଳି ଓ ହେଲଫାୟର ଏଜିଏମ୍ ୧୧୪ ମିସାଇଲ ଦେଉଛି। ଯାହାକି ଆଟାକ୍ ହେଲିକପ୍ଟରରେ ବ୍ୟବହାର କରାଯାଏ। ଏହାଛଡା ଇସ୍ରାଏଲକୁ ୨୫୦ କିଲୋର ଘାତକ ବମ୍ ମଧ୍ୟ ଦିଆଯିବ। ଏହି ବମ୍‌କୁ ଇସ୍ରାଏଲ ଗାଜାରୁ ନେଇ ଲେବାନନ୍ ପର୍ଯ୍ୟନ୍ତ ଜୋରଦାର ବ୍ୟବହାର କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+