୭୨ ଘଣ୍ଟାରେ ୯୪ ଏୟାର ଷ୍ଟ୍ରାଇକ୍ , ୧୮୪ ମୃତ
ଗାଜା: ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ଭୀଷଣ ଆକ୍ରମଣ କରି ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ୭୨ ଘଣ୍ଟା ମଧ୍ୟରେ ୯୪ଟି ଏୟାର ଷ୍ଟ୍ରାଇକ୍ ଓ ଗୁଳିମାଡ଼ରେ ୧୮୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ଗାଜା ମିଡିଆ ଅଫିସ ଏହି ସୂଚନା ଦେଇଛି। କାର୍ଯ୍ୟାଳୟ ଏହାର ବିବୃତିରେ ଏଭଳି ଆକ୍ରମଣକୁ ଅତ୍ୟନ୍ତ ବିପଜ୍ଜନକ ଏବଂ ନିଷ୍ଠୁର ବୋଲି ବର୍ଣ୍ଣନା କରିଛି।

ସାଧାରଣ ନାଗରିକ, ଆବାସିକ ଅଞ୍ଚଳ, ବିଶେଷକରି ଗାଜା ସିଟିକୁ ଟାର୍ଗେଟ କରି ଇସ୍ରାଏଲ ଧ୍ବଂସଲୀଳା ଜାରି ରଖିଛି ବୋଲି ବିବୃତିରେ କୁହାଯାଇଛି। କେତେକ ଭଗ୍ନାବଶେଷ ତଳେ ୫୦ରୁ ଅଧିକ ଲୋକ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି। ଗାଜାରେ ଥିବା ପାଲେଷ୍ଟାଇନ୍ ନାଗରିକ ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଭୟାନକ ହୋଇଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହା ବହୁତ ବଡ଼ ବିଭୀଷିକା ଆଣିଛି। , ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ-ହମାସ୍ ସଂଘର୍ଷ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଗାଜାରେ ହମାସ୍ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ ଚଳାଇଛି। ଏହି ଆକ୍ରମଣରେ ୪୫,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଗାଜା ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।












Click it and Unblock the Notifications