ଗାଜାରେ ଇସ୍ରାଏଲ ସେନାର ଜବରଦସ୍ତ ଆକ୍ରମଣ, ଗୁଳିକାଣ୍ଡରେ ଗାଜାର ୧୪୬ଜଣ ମୃତ
ଗାଜା ଉପରେ ଇସ୍ରାଏଲର ବଡ଼ ହମଲା। ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୯ରୁ ଅଧିକ ଆହତ ହୋଇଛନ୍ତି। ୟାର ଷ୍ଟ୍ରାଇକ୍ କରି ଘନଘନ ବୋମା ବର୍ଷା କରୁଛି ଆଇଡିଏଫ । ଗତ ୨୪ ଘଣ୍ଟାରେ ଇସ୍ରାଏଲର ହମଲାରେ ୧୪୬ଜଣ ପାଲେଷ୍ଟାୟୀନ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ, ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । କୁହାଯାଉଛି, ମାର୍ଚ୍ଚ ମାସକୁ ଅସ୍ତ୍ରବିରତି ଶେଷ ହେବା ପରେ ଏହା ସବୁଠୁ ଘାତକ ଏୟାର ଷ୍ଟ୍ରାଇକ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ସମାପ୍ତ ହେବାପରେ ଇସ୍ରାଏଲ ସେନା ଗାଜା ଉପରେ ଜୋରଦାର ପ୍ରହାର କରିଛି ।
ଉତ୍ତର ଗାଜା ସ୍ଥିତ ଇଣ୍ଡୋନେସିଆ ହସ୍ପିଟାଲର ନିର୍ଦ୍ଦେଶକ ଅଲ୍- ସୁଲ୍ଲାନଙ୍କ ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରୀରେ ଏହି ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହି ଏୟାର ଷ୍ଟ୍ରାଇକରେ ୫୬ଜଣ ପ୍ରାଣ ହରାଇଛନ୍ତି । ଏହି ହମଲା ଏତେ ଭୟଙ୍କର ଥିଲା ଯେ, ଅଧିକାଂଶ ବିଲ୍ଟିଂ ଭୁଶୁଡ଼ିପଡ଼ିଛି । ଏହି ଧ୍ବଂସାବଶେଷ ତଳେ ବହୁ ସଂଖ୍ୟାରେ ଲୋକ ଦବି ହୋଇରହିଥିବା କୁହାଯାଉଛି ।

ଗାଜାରେ ଥିବା ସ୍ଥାନୀୟ ସ୍ବାସ୍ଥ୍ୟାଧିକାରୀଙ୍କ କହିବା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜାରେ ତଣ୍ଡବ ରଚିଛି । ଘନଘନ ବୋମା ବର୍ଷାରେ ପ୍ରାୟ ୪୫୯ଜଣ ଆହତ ହୋଇଛନ୍ତି । ଗାଜା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଗତ ୧୯ ମାସରେ ଇସ୍ରାଏଲ୍ ସେନା ବାରମ୍ବାର ହସ୍ପିଟାଲକୁ ଟାର୍ଗେଟ୍ କରୁଛି ।












Click it and Unblock the Notifications