ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଆଜି ଆରମ୍ଭ ହେଲା ବନ୍ଧକ ମୁକ୍ତି ପ୍ରକ୍ରିୟା

ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଆଜି ବନ୍ଧକଙ୍କୁ ମୁକ୍ତି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତ୍ୟାନ୍ୟାହୁ ସାମାଜିକ ଗଣମାଧ୍ୟମରେ ଏହି ବିଷୟରେ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟର ୩ ଘଣ୍ଟା ବିଳମ୍ବରେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧ଟା ୧୫ମିନିଟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁକ୍ତ ହୋଇଥିବା ବନ୍ଧକମାନଙ୍କର ବିଷୟରେ ସବିଶେଷ ବିବରଣୀ ଯାଞ୍ଚ କରାଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବନ୍ଧକମାନଙ୍କର ମୁକ୍ତି ଖବର ପାଇ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। କତାର ଏହି ଯୁଦ୍ଧବିରତି ଆରମ୍ଭକୁ ନିଶ୍ଚିତ କରିଛି ଏବଂ କହିଛି ମୁକ୍ତ ହେବାକୁ ଥିବା ପ୍ରାରମ୍ଭିକ ତିନି ବନ୍ଧକଙ୍କ ମଧ୍ୟରୁ କେତେକ ବିଦେଶୀ ନାଗରିକତା ରଖିଛନ୍ତି।

Gaza ceasefire begins after Hamas shares

ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରୁଭେନ୍ ଆଜାର କହିଛନ୍ତି, ଇସ୍ରାଏଲ ଅସ୍ତ୍ରବିରତି ପାଇଁ ସ୍ୱାକ୍ଷର କରିଥିବା ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବାରୁ ଆମ ବନ୍ଧକମାନେ ଫେରି ଆସିବାର ସମ୍ଭାବନା ବଢ଼ିଛି ଏବଂ ଏହି ଚୁକ୍ତି ଦ୍ୱାରା ଅକ୍ଟୋବର ୭, ୨୦୨୩ ଭଳି ଇସ୍ରାଏଲବାସୀଙ୍କୁ ହତ୍ୟା କରିବାରେ ହମାସ ଆଉ ସକ୍ଷମ ହେବ ନାହିଁ ବୋଲି ଆଜାର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+