ଇରାନ-ଇସ୍ରାଏଲ ଯୁଦ୍ଧ ଉପରେ ଜି-୭ ନେତାଙ୍କ ମନ୍ତବ. କହିଲେ.....

ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ସଂଘର୍ଷପୂର୍ଣ୍ଣ ପରିସ୍ଥିତି ପରିପ୍ରେକ୍ଷୀରେ ଜି-୭ ନେତାମାନେ ଏକ ମିଳିତ ବିବୃତି ଜାରି କରିଛନ୍ତି । ଜି-୭ ନେତାମାନେ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ନିଜକୁ ସୁରକ୍ଷିତ ରଖିବା ପାଇଁ ଇସ୍ରାଏଲ୍‍ର ଆବଶ୍ୟକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରହିଛି ବୋଲି କହିବା ସହିତ ସେମାନେ ଇସ୍ରାଏଲ୍‍ ପ୍ରତି ସମର୍ଥନ ଜଣାଇଛନ୍ତି ।

iran

ମିଳିତ ବିବୃତିରେ ସଂପୃକ୍ତ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଧନଜୀବନକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଜି-୭ ନେତାମାନେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଅସ୍ଥିରତା ପାଇଁ ଇରାନକୁ ଦାୟୀ କରିଛନ୍ତି । ଆଣବିକ ଅସ୍ତ୍ର ହାସଲ କରିବାକୁ ଇରାନକୁ ଅନୁମତି ଦିଆନଯିବା ଉପରେ ଜି-୭ ରାଷ୍ଟ୍ରନେତାମାନେ ସେମାନଙ୍କର ପୁରୁଣା ନୀତିକୁ ଦୋହରାଇଛନ୍ତି । ଆସନ୍ତା ଦିନରେ ଇସ୍ରାଏଲ୍‍-ଇରାନ ମଧ୍ୟରେ ଯୁଦ୍ଧବିରତି ହେବା ସହ ସଂଘର୍ଷର ଅନ୍ତ ହେବ ବୋଲି ସେମାନେ ଆଶାପୋଷଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+