ଆମେରିକାରେ ପାସ୍ ହୋଇପାରୁନି ଫଣ୍ଡିଂ ବିଲ୍ , ଚିନ୍ତାରେ ଟ୍ରମ୍ପ
ଆମେରିକାରେ ପାସ୍ ହୋଇପାରୁନି ଫଣ୍ଡିଂ ବିଲ୍ । ଯେଉଁ କାରଣରୁ ଦୀର୍ଘ ୧ ମାସ ହେବ ସର୍ଟ ଡାଉନ ହୋଇ ରହିଛି ଆମେରିକା । ଆଉ ସର୍ଟ ଡାଉନ ଯୋଗୁ ଦେଖାଦେଇଛି ଭୟାନକ ସମସ୍ୟା । ଯାହାକୁ ନେଇ ଚିନ୍ତାରେ

ଆମେରିକାରେ ଦୁଇଟି ଦଳ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଥାଏ । ଆମେରିକା ଡେମୋକ୍ରାଟିକ ପାର୍ଟ ଏବଂ ରିପବ୍ଲିକାନ ପାର୍ଟି ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଦେଖାଯାଇଛି । ଯେଉଁ କାରଣରୁ ଉଭୟ ଦଳ ଅଲଗା ଅଲଗା ବିଲ୍ରେ ସହମତି ହୋଇପାରୁ ନାହାନ୍ତି । ଆଉ ଏଥିପାଇଁ ବିଲ୍ରେ ଆବଶ୍ୟକ ଭୋଟିଂ ହୋଇପାରୁନାହିଁ । ବିଲ୍ ପାସ୍ ନହେବାକୁ ଯୋଗୁଁ ଆମେରିକା ସରକାର ତାଙ୍କର ଆବଶ୍ୟକୀୟ ଜିନିଷ ଉପରେ ଖର୍ଚ୍ଚ କରିପାରୁ ନାହାନ୍ତି ।
ବିଶେଷ ଭାବେ ଆମେରିକାର Supplemental Nutrition Assistance Program ସଂସ୍ଥା ଉପରେ ବଡ ପ୍ରଭାବ ପକାଇଛି । ଏହି ସଂସ୍ଥା ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇଥାଏ । ଯେଉଁମାନେ ଖାଇବାକୁ ପାଇନଥାନ୍ତି, ତାଙ୍କୁ ଖାଦ୍ୟ କିଣିବାକୁ ଟଙ୍କା ଦେଇଥାଏ । ଯାହାଦ୍ଵାରା ଆମେରିକାର ୪୨ ମିଲିଅନ ଲୋକଙ୍କୁ ଫାଇଦା ହୋଇଥାଏ । ହେଲେ ଫଣ୍ଡିଂ ବିଲ୍ ପାସ୍ ନହେବା ଯୋଗୁଁ ଏହି ସଂସ୍ଥା ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ । ଯାହାଦ୍ଵାରା ସେହି ଗରିବ ଲୋକମାନେ ଫୁଡ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି ।
ଆମେରିକାର ଫୁଡ୍ ବ୍ୟାଙ୍କରେ ଆମେରିକାର ଅନେକ ଲୋକମାନେ ମାଗଣା ଖାଦ୍ୟ ଯୋଗାଇଥାନ୍ତି । ଯାହାଦ୍ଵାରା ସେମାନେ ଅନ୍ୟ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇପାରିବେ । ହେଲେ ପ୍ରତିଦିନ ଏହି ଗରିବ ଲୋକମାନେ ସମ୍ପୁର୍ଣ୍ଣ ଫୁଡବ୍ୟାଙ୍କ ଉପରେ ନିର୍ଭର କରୁଥିବାରୁ ଧିରେଧିରେ ଫୁଡବ୍ୟାଙ୍କର ଟଙ୍କା ଖାଦ୍ୟ ମଧ୍ୟ ସରି ଆସୁଛି ।
ସେହିପରି ଆମେରିକାର ମିଲିଟାରୀ ଯବାନ ମାନଙ୍କୁ ସେମାନଙ୍କ ଦରମା ଦିଆଯାଇପାରୁ ନାହିଁ । ସେମାନେ ଦେଶକୁ ରକ୍ଷା କରୁଥିବା ବେଳେ ସେମାନେ ସେମାନଙ୍କ ପ୍ରାପ୍ୟ ପାଇ ପାରୁନାହାନ୍ତି । ସେମାନଙ୍କୁ ମଧ୍ୟ ଟ୍ରମ୍ପ ସରକାର ଡୋନେସନ ଟଙ୍କାରୁ ଦରମା ଦେଉଛନ୍ତି ।
ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଏହି ସର୍ଟ ଡାଉନ ଅକ୍ଟୋବର ୩୧ରେ ପହଞ୍ଚିଛି । ହେଲେ ଉଭୟ ପାର୍ଟି ପକ୍ଷରୁ ଫଣ୍ଡିଂ ବିଲ୍ ପାସ କରିବା ପାଇଁ ଭୋଟିଂ କରାଯାଇପାରୁ ନାହିଁ । ଯାହାଦ୍ଵାରା ଆମେରିକାର ମେଡିକାଲ, ଖାଦ୍ୟ ଏବଂ ବିଭିନ୍ନ ବିଭାଗ ଉପରେ ପ୍ରଭାବ ପଡିଛି । ଆମେରିକାର ଅର୍ଥନୀତି ଏକଦମ ନିମ୍ନ ସ୍ତର ଆଡକୁ ଗତି କରୁଛି । ଯାହାକୁ ନେଇ ଆମେରିକାର ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମାନେ ସେମାନଙ୍କ ନିଜ ଫଣ୍ଡରୁ ଟଙ୍କା ଦେଉଛନ୍ତି ।
ତେବେ ଆମେରିକାରେ ଦୀର୍ଘ ୩୧ ଦିନ ହେବ ସର୍ଟଡାଉନ ଆମେରିକା ଇତିହାସରେ ପ୍ରଥମ ହୋଇଛି । ଏହା ପୂର୍ବରୁ ୨୦୧୮ ଡିସେମ୍ବର ୨୨ରେ ଦୀର୍ଘ ୩୩ ଦିନ ଧରି ସର୍ଟଡାଉନ












Click it and Unblock the Notifications