ସିଏରା ଲିଅନ: ତେଲ ଚୋରି କରିବା ବେଳେ ବିସ୍ଫୋରଣ, ୯୨ ମୃତ

ଫ୍ରିଟାଉନ : ପଶ୍ଚିମ ଆଫ୍ରିକାର ସିଏରା ଲିଅନରେ ଏକ ଶକ୍ତିଶାଳୀ ତୈଳ ଟ୍ୟାଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଅଦ୍ୟାବଧି ୯୨ ଜଣ ମୃତହତ ହୋଇଥିବା ସୂଚନା ମିଳିଛି। ସିଏରା ଲିଓନର ରାଜଧାନୀ ଫ୍ରିଟାଉନ ନିକଟରେ ଥିବା ଓ୍ବେଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ବିସ୍ଫୋରଣ ହୋଇଥିଲା।

Sierra leone

ଶୁକ୍ରବାର ରାତିରେ ଓ୍ବେଲିଂଟନଠାରେ ଏକ ତୈଳ ଟ୍ୟାଙ୍କର ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ତୈଳ ଟ୍ୟାଙ୍କରରୁ ଆଖପାଖର ଲୋକମାନେ ତେଲ ଚୋରି ପାଇଁ ସେଠାରେ ପହଞ୍ଚିଯାଇଥିଲେ । ଶତାଧିକ ଲୋକ ତେଲ ଚୋରି କରୁଥିବାବେଳେ ଟ୍ୟାଙ୍କରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ।

ଅଧିକାଂଶ ସ୍ଟ୍ରୀଟ ଭେଣ୍ଡରଙ୍କ ବିସ୍ଫୋରଣର ଶିକାର

ତୈଳ ଟ୍ୟାଙ୍କରରୁ ତୈଳ ସଂଗ୍ରହ କରୁଥିବା ବେଳେ ସଂଘଟିତ ଏହି ବିସ୍ଫୋରଣରେ ଅଧିକାଂଶ ଉକ୍ତ ଅଞ୍ଚଳରେ ଦୋକାନ ବଜାର କରିଥିବା ଲୋକାମାନେ ନିଆଁର ପରିଧିକୁ ଆସି ଯାଇଥିଲେ। ଫଳ ଦୋକାନୀ, ଛୋଟ ଛୋଟ ବ୍ୟବସାୟୀ ଏବଂ ଉକ୍ତ ରାସ୍ତାଦେଇ ଯାଇଥିବା ଲୋକମାନେ ଏହି ବିସ୍ଫୋରଣର ଶିକାର ହୋଇଥିଲେ । ବିସ୍ଫୋରଣ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ୮୮ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି।

Sierra leone
୯୨ ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି

ଏପର୍ୟ୍ୟନ୍ତ ପ୍ରାୟ ୯୨ ଜଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ସ୍ଥାନୀୟ ମିଲିଟାରି ହସପିଟାଲ ଓ ଅନ୍ୟ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମାତ୍ର ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖର କେତେକ ଘର ଜଳିଯାଇଛି । ଏପରିକି ବିସ୍ଫୋରଣ ସମୟରେ ରାସ୍ତାରେ ଯାଉଥିବା କେତେକ କାର ଜଳିଯାଇଛି ଓ ସେଥିରେ ଥିବା ଲୋକମାନେ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ୟ଼୍ୟ ଜାରି ରଖିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+