Get Updates
Get notified of breaking news, exclusive insights, and must-see stories!

ଚରମସୀମାରେ ଖାଦ୍ୟଭାବ ସମସ୍ୟା, ୫ଟଙ୍କିଆ ବିସ୍କୁଟ ପ୍ୟାକେଟକୁ ୨୪୦୦ ଟଙ୍କାରେ ହେଉଛି ବିକ୍ରି

ଯେଉଁ ପାର୍ଲେଜି ବିସ୍କୁଟକୁ ଆପଣ ଭାରତରେ ୫ଟଙ୍କା ଦେଇ କିଣୁଛନ୍ତି। ତାହା ଆଉ କେଉଁଠି ୨୪୦୦ ଟଙ୍କାରେ ବିକ୍ରି ହେଉଛି। ଏମିତିକି ପାର୍ଲେଜି ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥାଟି ସତ। ଭାରତଠାରୁ ପ୍ରାୟ ୪୫୦୦ କି.ମି ଦୂରରେ ଥିବା ଯୁଦ୍ଧ ପ୍ରପୀଡ଼ିତ ଗାଜାରେ ଖାଦ୍ୟଭାବ ସମସ୍ୟା ଚରମସୀମାରେ ଥିବା ବେଳେ ସେଠି ପାର୍ଲେଜି ଭଳି ୫ ଟଙ୍କିଆ ବିସ୍କୁଟ ୨୪୦୦ ଟଙ୍କାରେ କିଣିବାକୁ ପଡ଼ୁଛି।

ଗାଜାର ମହମ୍ମଦ ଜୱଦ ନାମକ ଜଣେ ବ୍ୟକ୍ତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ବହୁତ ସମୟ ପରେ ମୁଁ ମୋର ପ୍ରିୟ ବିସକୁଟ ପାଇଲି। ଯଦିଓ ଏହାର ଦାମ ୧.୫ ୟୁରୋରୁ ବଢ଼ି ୨୪ ୟୁରୋରେ ପହଞ୍ଚିଯାଇଛି। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ୨୪ ୟୁରୋ ବା ପ୍ରାୟ ୨୪୦୦ ଟଙ୍କା ଦେବାକୁ ପଡ଼ୁଛି ଗୋଟିଏ ପ୍ୟାକେଟ ପାର୍ଲେଜି ପାଇଁ। ତେବେ ଗାଜାରେ ଏହି ବିସ୍କୁଟର ଦାମ ବଢ଼ିବାର କାରଣ ହେଲା କଳବଜାରୀ ।

parle g

ଗାଜାକୁ ପାର୍ଲେଜି ବିସ୍କୁଟ ପଠାଯାଉଛି ବିନା ମୂଲ୍ୟରେ ଲୋକଙ୍କୁ ବଣ୍ଟିବାକୁ। କିନ୍ତୁ ଏହାକୁ କିଛି ଲୋକ ହଡପ କରି ମନଇଚ୍ଛା ଦାମରେ ବିକ୍ରି କରୁଛନ୍ତି। ଯୁଦ୍ଧ ପରିସ୍ଥିତି ଓ ଉତ୍କଟ ଖାଦ୍ୟଭାବ ସମୟରେ ଏହାକୁ କିଛି ଲୋକ ସୁଯୋଗ ଭାବି ନେଇଛନ୍ତି। କେଉଁଠି ୨୦୦ ଟଙ୍କାରେ ଗୋଟିଏ ପ୍ୟାକେଟ ବିସକୁଟ କିଣିବାକୁ ପଡ଼ୁଛି ତ ଆଉ କେଉଁଠି ୩୦୦୦ ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+