ମିସାଇଲ ମାଡ଼କଲା ଉତ୍ତରକୋରିଆ, ଜାପାନରେ ଜରୁରୀକାଳୀନ ପରିସ୍ଥିତି ଜାରି
ଉତ୍ତର କୋରିଆ ଆଜି ସମୁଦ୍ର ଆଡକୁ ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଜାପାନ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି । ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟ କର୍ମଚାରୀ ଏକ ବିବୃତ୍ତିରେ କହିଛନ୍ତି, ଉତ୍ତର କୋରିଆର ରାଜଧାନୀ ଅଞ୍ଚଳରୁ ଅନେକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ ଚିହ୍ନଟ ହୋଇଛି ।
ଆମେରିକା ସେନା ପକ୍ଷରୁ କୁହାଯାଇଛି, ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କରେ ଆମେରିକା ସଚେତନ ରହିଛି । ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ୍' ଚୀନ୍ ରାଷ୍ଟ୍ରପତି ଷି ଜନ୍ପିଙ୍ଗ୍ଙ୍କ ସହ ବେଜିଂଠାରେ କଥାବାର୍ତ୍ତା ଲାଗି ପ୍ରସ୍ତୁତ ହେଉଥିବା ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହା କୁହାଯାଇଛି ।

ଆମେରିକା' ସେହି ଅଞ୍ଚଳର ସୁରକ୍ଷା ପ୍ରତି ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ' ଭେଞ୍ଜୁଏଲାର ରାଷ୍ଟ୍ରପତି ନିକୋଲାସ ମଦୁରୋ'ଙ୍କ ବିରୋଧରେ କରିଥିବା କାର୍ଯ୍ୟାନୁଷ୍ଠାନ ପରେ ଉତ୍ତର କୋରିଆ ପକ୍ଷରୁ ଏପରି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । ଏହି ପରୀକ୍ଷଣ ହେଉଛି ଚଳିତ ସପ୍ତାହରେ ଉତ୍ତର କୋରିଆ ପକ୍ଷରୁ ସଦ୍ୟତମ ସାମରିକ ପ୍ରଦର୍ଶନ ବୋଲି କୁହାଯାଇଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications