ଫରାସୀ ଲେଖିକା ଆନ୍ନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ନୋବେଲ

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ୨୦୨୨ ବର୍ଷ ପାଇଁ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ।

ଷ୍ଟକହୋମ: ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ୨୦୨୨ ବର୍ଷ ପାଇଁ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ। ଆନିଙ୍କୁ ତାଙ୍କ ବହି courage and clinical acuity ପାଇଁ ନୋବେଲ ପୁରସ୍କାର ଦିଆଯିବ। ଷ୍ଟକହୋମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆନ୍ନି ଏର୍ନକ୍ସ ସାହିତ୍ୟରେ ନୋବେଲ ପାଇବେ ବୋଲି ଘୋଷଣା କରାଯାଇଛି।

Anne

୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିବା ଫରାସୀ ଲେଖକ ଆନ୍ନି ଏର୍ନକ୍ସ ନର୍ମାଣ୍ଡିର ଛୋଟ ସହର ୟଭେଟେରେ ସେ ବଡ଼ ହୋଇଥିଲେ। ତାଙ୍କ ବାପା ମା' ଗୋଟିଏ ତେଜରାତି ଦୋକାନ ଓ କାଫେ ଥିଲା। ସେ ପିଲାଦିନରୁ ଅନେକ ବଡ଼ବଡ଼ କାମ ପାଇଁ ସ୍ୱପ୍ନ ଦେଖିଥିଲେ। ସେ ଦୀର୍ଘ ୩୦ ବର୍ଷ ହେବ ସାହିତ୍ୟ ଜଗତ ସହ ଜଡ଼ିତ ହୋଇ ରହିଛନ୍ତି।

ସ୍ୱିଡେନର ଶିଳ୍ପପତି ତଥା ଡାଇନାମାଇଟର ଉଦ୍ଭାବକ ଆଲଫ୍ରେଡ୍ ନୋବେଲ ଚାହୁଁଥିଲେ ଯେ ପୁରସ୍କାର ଔଷଧ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତିରେ ପ୍ରଦାନ କରାଯାଉ। ନୋବେଲଙ୍କ ମୃତ୍ୟୁର ପାଞ୍ଚ ବର୍ଷ ପରେ ୧୯୦୧ ମସିହାରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା । ଆସନ୍ତାକାଲି ଶାନ୍ତି ପାଇଁ ନୋବେଲ ପୁରସ୍କାର ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+