୨୬/୧୧ ପୀଡିତଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ଶ୍ରଦ୍ଧାଞ୍ଜଳି,
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ପ୍ରଥମ ମହିଳା ବ୍ରିଜିଟ୍ ମାକ୍ରୋନ ମଙ୍ଗଳବାରଭାରତ ଗସ୍ତ ଆରମ୍ଭ କରିଛନ୍ତି। ଭାରତରେ ପହଁଞ୍ଚିବା ପରେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୬/୧୧)ରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାରତ ଗସ୍ତ ଆରମ୍ଭ କରିଥିଲେ। ମାକ୍ରୋନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ। ତିନି ଦିନିଆ ଗସ୍ତ (୧୭ ରୁ ୧୯ ଫେବୃଆରୀ) ରେ ଥିବା ମାକ୍ରୋନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିରକ୍ଷା (ବିଶେଷକରି ରାଫେଲ ଏବଂ ହାମର ମିସାଇଲ), ସାମୁଦ୍ରିକ ସହଯୋଗ, ଭାରତ-ପ୍ରଶାନ୍ତ ମହାସାଗର ରଣନୀତି, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ଭାରତ ତାର ବାୟୁ ଶକ୍ତିକୁ ଆଧୁନିକୀକରଣ କରିବା ପାଇଁ ସାମିଲ କରିଥିବାଫ୍ରାନ୍ସ ନିର୍ମିତ ରାଫେଲ ଯୁଦ୍ଧ ବିମାନ ଉନ୍ନତ ରାଡାର, ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅତ୍ୟାଧୁନିକ ଏଭିଓନିକ୍ସ ସହିତ ସଜ୍ଜିତ ରହିଛି। ପାକିସ୍ତାନ ବିରୁଦ୍ଧରେ 'ଅପରେସନ ସିନ୍ଦୁର' ସମୟରେ ଭାରତର ରାଫେଲର ବ୍ୟବହାରକୁ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ଭାବରେ ନୁହେଁ ବରଂ ଏକ ରଣନୈତିକ ବାର୍ତ୍ତା ଭାବରେ ମଧ୍ୟ ଦେଖାଯାଇଥିଲା।
ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ସହଯୋଗ କେବଳ କାଗଜ ଚୁକ୍ତିନାମା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଭିତ୍ତିଭୂମିରେ ପ୍ରଭାବଶାଳୀ। ଏବେ ଏହି କ୍ରମରେ ରାଫେଲ ଓ ହାମର ମିସାଇଲକୁ ମିଶାଇ ଭାରତର ପ୍ରଡକ୍ସନର ଆଲୋଚନା ଚାଲିଛି। ଏହି କାରଣରୁ ମାକ୍ରୋନ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ରହିଛି।












Click it and Unblock the Notifications