ଲେବାନନରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଗତକାଲି ଲେବାନନରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ୱାନ ଦେଇଛନ୍ତି। ଲେବନାନ ସଂସଦର ବାଚସ୍ପତି ନଭି ବେରିଙ୍କ ସହ ଫୋନ୍ ବାର୍ଭାଳାପ ସମୟରେ ମାକ୍ରୋନ ଅସ୍ତ୍ରବିରତି ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ଲେବାନନରେ ତୁରନ୍ତ ଅସ୍ତ୍ରବିରତି ଲାଗୁ ହେବା ଆବଶ୍ୟକ ।
ଲେବନାନରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବା ଏବଂ ସାଧାରଣ ନାଗରିକଙ୍କ ଉପରେ ଏହାର ଦୁଃଖଦ ପ୍ରଭାବକୁ ନେଇ ମଧ୍ୟ ମାକ୍ରୋନ୍ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ବେରିଙ୍କ ସହ କଥାବାର୍ଭା ବେଳେ ମାକ୍ରୋନ୍ ସ୍ଥିରତା ଏବଂ ଏକତା ପାଇଁ ଲେବନାନବାସୀଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି ।

ଚଳିତ ମାସ ୨୪ ତାରିଖରେ ପ୍ୟାରିସରେ ହେବାକୁ ଥିବା ଆନ୍ତର୍ଜାତିକ ସମ୍ମିଳନୀ ମାଧ୍ୟମରେ ଅନ୍ତର୍ଜାତୀୟ ସମୁଦାୟକୁ ଏକଜୁଟ କରିବା ଜାରି ରଖିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ନିଶ୍ଚିତ କରିଛନ୍ତି। ଲେବନାନରେ ମିଳିତ ଜାତିସଂଘର ଅନ୍ତରୀଣ ବାହିନୀ ପ୍ରତି ଫ୍ରାନ୍ସର ପ୍ରତିବଦ୍ଧତାକୁ ମଧ୍ୟ ମଧ୍ୟ ମାକ୍ରୋନ୍ ଦୋହରାଇଛନ୍ତି ଏବଂ ସାମ୍ପ୍ରତିକ ଦିନରେ ଜାତିସଂଘ ଶାନ୍ତିରକ୍ଷୀମାନ ରକ୍ଷୀମାନଙ୍କ ଉପରେ ଅଯଥା ଆକ୍ରମଣ କରାଯାଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।












Click it and Unblock the Notifications