ୟୁକ୍ରେନ ସଙ୍କଟ: ପୁଟିନଙ୍କ ସହ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି, କହିଲେ ବିରାଟ ସଂଘର୍ଷକୁ ଏଡାଇବା ପାଇଁ ଅନ୍ତିମ ଚେଷ୍ଟା

ୟୁକ୍ରେନ ଏବଂ ରୁଷ ମଧ୍ୟରେ ପ୍ରବଳ ଯୁଦ୍ଧର ବିପଦ ବଢିବାରେ ଲାଗିଛି। ରୁଷର ସାମରିକ ପ୍ରସ୍ତୁତି ଅନୁଯାୟୀ ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ତେବେ ଏହା ଭୟଙ୍କର ହେବ ଏବଂ ଏହା ସମଗ୍ର ୟୁରୋପରେ ପ୍ରଭାବ ପକାଇବ। ଏହି କାରଣ ହେଉଛି ଏହି ଯୁଦ୍ଧକୁ ରୋକିବା ପାଇଁ ପଶ୍ଚିମ ଦିଗରୁ ଶେଷ ପ୍ରୟାସ ଚାଲିଛି । ଏହି ପରିପ୍ରେକ୍ଷୀରେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ରବିବାର ଦିନ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଡିମିର୍ ପୁଟିନ ସହ କଥା ହୋଇଥିଲେ, ଯାହା ଅତ୍ୟନ୍ତ ଫଳପ୍ରଦ ଥିଲା। ଏହି ସମୟରେ ୟୁକ୍ରେନ ସଙ୍କଟର କୂଟନୈତିକ ସମାଧାନର ଆବଶ୍ୟକତା ଉପରେ ଉଭୟ ନେତା ସହମତ ପ୍ରକାଶ କରିଥିଲେ।

Ukrain issue

ଫ୍ରାନ୍ସ ରାଷ୍ଟ୍ରପତି ରୁଷ ପ୍ରତିପକ୍ଷଙ୍କ ସହ କଲେ ଆଲୋଚନା:
ଏହି ସଙ୍କଟ ମଧ୍ୟରେ ପ୍ରଥମ ଥର ପାଇଁ ରୁଷୀୟ ରାଷ୍ଟ୍ରପତି ପୁଟିନ ଏହି ସମସ୍ଯାର ରାଜନୈତିକ ଆଲୋଚନାରେ ସମାଧାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟଲୟରୁ ପ୍ରକାଶିତ ତଥ୍ୟ ଅନୁସାରେ ଦୁଇ ରାଷ୍ଟ୍ରର ଶୀର୍ଷ ନେତା ପ୍ରାୟ 105 ମିନିଟ ପର୍ଯ୍ୟନ୍ତ ଗମ୍ଭୀର ଆଲୋଚନା କରିଥିଲେ । ମାକ୍ରୋନଙ୍କ ରୁଷ ଗସ୍ତର ଦୁଇ ସପ୍ତାହ ପରେ ଏହି ଆଲୋଚନା ହୋଇଥିଲା । ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର କରିବା ପାଇଁ ପୁଟିନଙ୍କୁ ଅନୁରୋଧ କରିବା ପାଇଁ ହିଁ ମାକ୍ରୋନଙ୍କ ରୁଷ ଗସ୍ତର ଆଭିମୁଖ୍ଯ ଥିଲା। ତେବେ ପୁଟିନଙ୍କ ଆଭିମୁଖ୍ଯକୁ ବଦଳାଇବାରେ ସଫଳ ହୋଇନଥିଲେ ମାକ୍ରୋନ ।

Ukrain Issue

ପୁଟିନ ଯେଉଁଠାରେ କହିବେ, ଆଲୋଚନା ପାଇଁ ଯିବି:
ରବିବାର ମାକ୍ରୋନ ଏବଂ ପୁଟିନଙ୍କ ଦ୍ଵିପକ୍ଷିକ ଆଲୋଚନା ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ ସୋମବାର ଦିନ। ଏକ ରୁଷୀୟ ସମାଚାର ଏଜେନ୍ସି ଏନେଇ ସୂଚନା ଦେଇଛି । ଅନ୍ୟ ପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦେଶର ପୂର୍ବ ଭାଗରେ ରୁଷ ସମର୍ଥିତ ବିଦ୍ରୋହୀଙ୍କ ବିରୋଧରେ ଜାରି ରଖିଥିବା ସଂଘର୍ଷକୁ ସାମୟିକ ବିରାମ ଦେଇଛନ୍ତି । ବିଦ୍ରୋହୀଙ୍କ ବିରୋଧରେ ତତ୍କାଳ ଯୁଦ୍ଧ ବିରାମ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। କେବଳ ଏତିକି ନୁହେଁ, ଜେଲେନସ୍କି ଏକଥା ବି କହିଛନ୍ତି ଯେ, ୟୁକ୍ରେନ ତ୍ରିପାକ୍ଷୀକ ସମ୍ପର୍କ ଆଧାରିତ ଶାନ୍ତି ବାର୍ତ୍ତାର ସମର୍ଥନ କରୁଛି। ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଆହୁରି ମଧ୍ୟ ଆଶ୍ଵାସନା ଦେଇଛନ୍ତି ଯେ, ରୁଷର ଯୁଦ୍ଧ ପରିସ୍ଥିତିକୁ ଉସୁକାଇବା ଆଚରଣ ବିରୋଧରେ କୌଣସି ପଦକ୍ଷେପ ନନେଇ ମସ୍କୋ ସହିତ ଅପୋଷ ଆଲୋଚନା ପାଇଁ ୟୁକ୍ରେନ ପ୍ରସ୍ତୁତ ଅଛି। କେବଳ ଏତିକି ନୁହେଁ, ଏହି ସଙ୍କଟର ସମାଧାନ ପାଇଁ ମସ୍କୋ ସହିତ ଆଲୋଚନା ପାଇଁ ମଧ୍ୟ ୟୁକ୍ରେନ ଖୋଲା ନିମନ୍ତ୍ରଣ ଦେଇଛି। ଜେଲେନସ୍କି କହିଛନ୍ତି ଯେ, 'ମୁ ଜାଣିବାକୁ ଚାହୁଁଛି, ପୁଟିନ ପ୍ରକୃତରେ କଣ ଚହୁଁଛନ୍ତି।' ପୁଟିନ ଯଦି ଆଗ୍ରହ କରନ୍ତି, ତେବେ ସେ ନିଜ ପସନ୍ଦର ସ୍ଥାନରେ ସାକ୍ଷାତ କରି ପାରିବେ । ପୁଟିନ ବିଶ୍ଵର ଯେଉଁ ଜାଗା କହିବେ, ସେହି ଜାଗାରେ ଆଲୋଚନା ପାଇଁ ପହଞ୍ଚି ଯିବେ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଏକ ବଡ ସଂଘର୍ଷରୁ ବଞ୍ଚିବା ପାଇଁ ଅନ୍ତିମ ଚେଷ୍ଟା:
ମାକ୍ରୋନଙ୍କ କାର୍ଯ୍ୟଳୟ ରବିବାର ପୁଟିନଙ୍କ ସହ ହୋଇଥିବା ଆଲୋଚନାକୁ "ଏକ ବଡ ସଂଘର୍ଷରୁ ବଞ୍ଚିବା ପାଇଁ ଅନ୍ତିମ ସମ୍ଭବ ଏବଂ ଆବଶ୍ୟକ ପ୍ରଚେଷ୍ଟା" ବୋଲି ଅବିହିତ କରିଛି। ତେବେ ଏହି ବାର୍ତ୍ତାଳାପ ମଧ୍ୟରେ ଏହି ଖବର ଆସିଛି ଯେ, ୟୁକ୍ରେନରେ ସରକାରୀ ବଳ ଏବଂ କେତେକ ଜିଲ୍ଲାକୁ ଅକ୍ତିଆର କରିଦେଇଥିବା ରୁଷ ସମର୍ଥିତ ବିଦ୍ରୋହୀଙ୍କ ପକ୍ଷରୁ ଅଧିକ ଗୁଳିଗୋଳା ବର୍ଷଣ ହେବାରେ ଲାଗିଛି। ସବୁଠାରୁ ଗୁରୁତ୍ବପୂର୍ଣ ଘଟଣା ହେଲା ଏହି ସଂଘର୍ଷ କ୍ଷେତ୍ରକୁ ରୁଷ ନିଜର 200ଟି ଯୁଦ୍ଧ ଟ୍ୟାଙ୍କର ପଠାଇଛି । ଏହି ଘଟଣା ଅନ୍ତର୍ଜାତିକ କ୍ଷେତ୍ରରେ ଆଲୋଡନ ସୃଷ୍ଟି କରିଛି। ପଶ୍ଚିମ ରାଷ୍ଟ୍ର ସମୂହ ରୁଷକୁ ଯୁଦ୍ଧ ଜନିତ ଅଭିମୁକ୍ଷରୁ କ୍ଷାନ୍ତ ରହିବା ପାଇଁ ବାରମ୍ବାର ଚେତାବନୀ ଦିଆଯାଉଛି। ଏପରିକି ଯୁଦ୍ଧ ଜନିତ ପରିସ୍ଥିତି ପାଇଁ ରୁଷକୁ ଦାୟୀ କରି ରୁଷ ଉପରେ କଡା ଆର୍ଥିକ ପ୍ରତିବନ୍ଧ ଲଗାଇବା ପାଇଁ ଧମକ ଦିଆ ଯାଇଛି। ସେପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ, ରୁଷ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ୟୁରୋପରେ ସବୁଠାରୁ ବଡ ଯୁଦ୍ଧର ପ୍ରସ୍ତୁତି ଚଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+