କାହାକୁ ମିଳିଲାନି ବହୁମତ,ଆରମ୍ଭ ହେଲା ହିଂସା

ପ୍ୟାରିସ : ଫ୍ରାନ୍ସର ସାଧାରଣ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ । ନିର୍ବାଚନ ପରେ ନ୍ୟାସନାଲ ଆସେମ୍ଲିରେ ବାମପନ୍ଥୀ ନ୍ୟୁ ପପୁର୍ଲା ଫ୍ରଣ୍ଟ (ଏନଏଫପି) ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଛି । ଫଳାଫଳ ଆସିବା ପରେ ଫ୍ରାନ୍ସରେ ହିଂସା ବୃଦ୍ଧି ପାଇଛି । ଏହି ନିର୍ବାଚନରେ ବହୁ ଦକ୍ଷିଣପନ୍ଥୀ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା ହୋଇ ନଥିଲା ।

ସୁଚନାନୁସାରେ ଏହି ସଂସଦୀୟ ନିର୍ବାଚନରେ ବାମପନ୍ଥୀ ମେଣ୍ଟ ସର୍ବାଧିକ ଆସନରେ ବିଜୟୀ ହୋଇଥିବାବେଳେ କଠୋର ଦକ୍ଷିଣପନ୍ଥୀ ଦଳଗୁଡ଼ିକ ପଛେଇ ଯାଇଛନ୍ତି । କିନ୍ତୁ କୌଣସି ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିପାରିନାହିଁ । ଏହା ଫଳରେ ଦେଶରେ ରାଜନୈତିକ ସଙ୍କଟ ଘନୀଭୂତ ହେବା ସହ ଦେଶରେ ଝୁଲା ସଂସଦ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

france election result

ଫ୍ରାନ୍ସର ରାଜନୈତିକ ଅସ୍ଥିରତା ଦେଶର ଅର୍ଥନୀତିକୁ ପ୍ରଭାବିତ କରିପାରେ ଏବଂ ୟୁକ୍ରେନ ଯୁଦ୍ଧ, ବିଶ୍ୱ କୂଟନୀତି ଏବଂ ୟୁରୋପର ଅର୍ଥନୈତିକ ସ୍ଥିରତା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ନିର୍ବାଚନ ଫଳାଫଳ ଅନୁଯାୟୀ, ୫୭୭ ସଦସ୍ୟ ବିଶିଷ୍ଟ ନ୍ୟାସନାଲ୍ ଆସେମ୍ବ୍ଲିରେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୨୮୯ ଆସନ ତିନି ପ୍ରମୁଖ ମେଣ୍ଟ ମଧ୍ୟରୁ କେହିବି ହାସଲ କରିପାରିନାହାନ୍ତି ।

ଫଳାଫଳ ଅନୁଯାୟୀ ବାମପନ୍ଥୀ ମେଣ୍ଟ 'ନ୍ୟୁ ପପୁଲାର ଫ୍ରଣ୍ଟ' ୧୮୦ରୁ ଅଧିକ ଆସନ ସହ ଶୀର୍ଷରେ ଥିବା ବେଳେ ମାକ୍ରୋନଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ ମେଣ୍ଟ ୧୬୦ରୁ ଅଧିକ ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି । ମେରିନ୍ ଲି ପେନଙ୍କ ନେତୃତ୍ୱାଧୀନ କଠୋର ଦକ୍ଷିଣପନ୍ଥୀ ଜାତୀୟ ରାଲି ଏବଂ ଏହାର ସହଯୋଗୀ ଦଳମାନେ ୧୪୦ରୁ ଅଧିକ ଆସନ ଜିତି ତୃତୀୟ ସ୍ଥାନରେ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+