ୟୁକ୍ରେନରେ ଫସି ଥିବା ଭାରତୀୟଙ୍କୁ ଉଦ୍ଧାର ଏୟାରଲିଫ୍ଟ କରିବା ପାଇଁ ବାୟୁସେନାର ୪ଟି ସ୍ଵତନ୍ତ୍ର ବିମାନ ଆଜି ଉଡାଣ ଭରିବ
ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଅଧିକ ତୀବ୍ର ହେଲା ଅଭିଯାନ। ଶୁକ୍ରବାର ବିଳମ୍ବିତ ରାତିରେ ବାୟୁସେନାର ଦୁଇଟି ବିମାନ ଉଡାଣ ଭରିଥିବା ବେଳେ ଶନିବାର ଆଉ 4ଟି ବିମାନ ସାମିଲ ହେବ ଏୟାର ଲିଫ୍ଟରେ । ଆଜି ବାୟୁ ସେନାର ଗୋଟିଏ ବିମାନ ମୁମ୍ବାଇରୁ ରୋମାନିଆ ଯାଇଥିବା ବେଳେ ଅନ୍ୟ ଏକ ବିମାନ ନୂଆଦିଲ୍ଲୀରୁ ହଙ୍ଗେରୀ ପାଇଁ ଉଡାଣ ଭରିବ। ଶନିବାର ଅର୍ଥାତ 26 ଫେବୃଆରୀ ବାୟୁସେନାର 4ଟି ବିମାନ ୟୁକ୍ରେନରେ ଫସି ଥିବା ଭାରତୀୟଙ୍କୁ ସ୍ଵଦେଶ ଅଣାଯିବ।

ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ 470 ଜଣ ଭାରତୀୟ ଛାତ୍ର ବସ ଯୋଗେ ୟୁକ୍ରେନରୁ ରୋମାନିଆ ପହଞ୍ଚିଛନ୍ତି । ଏହି ଛାତ୍ରମାନଙ୍କୁ ଭାରତୀୟ ବାୟୁସେନା ଏୟାରଲିଫ୍ଟ କରିବ। ରୁଷ ପକ୍ଷରୁ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ସେଠାରେ ଫସି ରହିଛନ୍ତି ଶତାଧିକ ଭାରତୀୟ ଛାତ୍ର ଏବଂ ଅନ୍ୟାନ୍ୟ ଭାରତୀୟ। ୟୁକ୍ରେନରୁ ଭାରତକୁ ଏୟାରଲିଫ୍ଟ କରିବା ପାଇଁ ପ୍ରଥମେ ସୁରକ୍ଷିତ ଠିକଣା ଖୋଜିଥିଲା ଭାରତ। ଏଥିପାଇଁ ରୁଷ ସମେତ ଏକାଧିକ ଦେଶ ସହିତ ଆଲୋଚନା କରିଥିଲା ନୂଆଦିଲ୍ଲୀ । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ରୁଷ ରାଷ୍ଟ୍ରପତିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଭାରତୀୟଙ୍କ ସୁରକ୍ଷାକୁ ନେଇ । ଏଥିସହିତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୟୁକ୍ରେନ ସୀମାବର୍ତ୍ତୀ ହଙ୍ଗେରୀ ତଥା ରୋମାନିଆ ସୀମା ଭିତରକୁ ଭାରତୀୟଙ୍କୁ ନେଇ ସେଠାରୁ ଏୟାରଲିଫ୍ଟ କରିବା ପାଇଁ ହୋଇଥିଲା ମାଷ୍ଟରପ୍ଳାନ। ଭାରତୀୟ ଦୂତାବାସଗୁଡିକ ଦ୍ଵାରା ସମ୍ପୃକ୍ତ ଦେଶ ସହିତ ସଫଳ କଥାବାର୍ତ୍ତା ହେବା ପରେ ୟୁକ୍ରେନରୁ ପ୍ରଥମ ପର୍ଯ୍ୟାୟରେ ନିକଟସ୍ଥ ରୋମାନିଆର ବୁଖାରେଷ୍ଟ ବିମାନବନ୍ଦରକୁ ଚୟନ କରଯାଇଥିଲା। ଖୁସିର ଖବର ଯେ, ବସ ଯୋଗେ 470 ଜଣ ଭାରତୀୟ ଛାତ୍ରଙ୍କ ଏକ ଗୋଷ୍ଠୀ ସୁରକ୍ଷିତ ଭାବରେ ପହଞ୍ଚି ଯାଇଛନ୍ତି ରୋମାନିଆରେ ।












Click it and Unblock the Notifications