କାଲିଫର୍ନିଆରେ ଭିଷଣ ଗୁଳିକାଣ୍ଡ; ୪ ମୃତ ୧୦ ଆହତ
କ ଗୁଳିକାଣ୍ଡରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦଶ ଜଣ ଗୁରୁତର ଆହତ ହୋଇଛନ୍ତି।
ସାନ ଜୋଆକୁଇନ କାଉଣ୍ଟି ସେରିଫ କାର୍ଯ୍ୟାଳୟର ମୁଖପାତ୍ର ହେଦର ବ୍ରେଣ୍ଟ ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଗୁଳିକାଣ୍ଡରେ ମହିଳା ଏବଂ ପିଲାମାନେ ମଧ୍ୟ ଗୁଳିକାଣ୍ଡର ଶିକାର ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଏହି ଗୁଳିକାଣ୍ଡ ଏକ ବ୍ୟାଙ୍କେଟ ହଲରେ ହୋଇଥିଲା।
ଘଟଣାଟି ଏକ ଜନ୍ମଦିନ ପାର୍ଟି ନିକଟରେ ଘଟିଥିବା ଜଣାପଡ଼ିଛି । ଯେଉଁଠାରେ ପିଲାମାନେ କିଛି ସମୟ ପୂର୍ବରୁ ସେମାନଙ୍କ ପରିବାର ସହିତ ଏକାଠି ହୋଇଥିଲେ। ଏହି ଭୟଙ୍କର ଗୁଳିକାଣ୍ଡ କାଲିଫର୍ନିଆର ଷ୍ଟକଟନରେ ଘଟିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ଜରୁରୀକାଳୀନ କର୍ମଚାରୀ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥା ପହଞ୍ଚିଛନ୍ତି ।

ଏହି ଆକ୍ରମଣରେ ଅତି କମରେ ୧୯ ଜଣ ଆହତ ହୋଇଛନ୍ତି । ଯେଉଁଥିରେ ୯ ଏବଂ ୧୨ ବର୍ଷର ପିଲା, ଜଣେ ୨୩ ବର୍ଷୀୟ ଯୁବକ ଏବଂ ଅନେକ ବୟସ୍କ ଲୋକ ରହିଥିବା ଜଣାପଡିଛି । ଏହା ବ୍ୟତୀତ ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି । ଏହାରି ମଧ୍ୟରେ କର୍ତ୍ତୁପକ୍ଷ ସତର୍କ ସୂଚନା ଜାରି କରିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications