ମସଜିଦରେ ହେଲା ଆଖବୁଜା ଫାୟାରିଂ, ଚାଲିଗଲା ୬ ଜୀବନ
ନୂଆଦିଲ୍ଲୀ: ମସଜିଦରେ ହେଲା ଆଖବୁଜା ଫାୟାରିଂ । ଏଥିରେ ଚାଲିଗଲା ୪ଜଣଙ୍କ ଜୀବନ । ସୁଚନାନୁସାରେ ଓମାନର ଏକ ମସଜିଦରେ ହଠାତ୍ ଆଖବୁଜା ଫାୟାରିଂ ହୋଇଥିଲା । ଆଉ ଏହି ଗୁଲିମାଡ଼ ୱାଦି ଅଲ-କବୀର ଅଞ୍ଚଳରେ ଥିବା ଏକ ମସଜିଦରେ ହୋଇଥିଲା । ଏଥିରେ ପ୍ରାୟ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଳେ ଅନେକ ଲୋକ ଆହତ ହୋଇଛନ୍ତି ।
ରୟାଲ ଓମାନ ପୋଲିସ ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ପୁଲିସ ଅନଲାଇନରେ ଏକ ବିବୃତିରେ କହିଛି ଯେ ଓମାନର ରାଜଧାନୀ ମସ୍କଟର ଅଲ୍ ୱାଡି ଅଲ୍ କବୀର ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ତେବେ କେଉଁ କାରଣରୁ ଏହି ଆକ୍ରମଣ ହୋଇଛି ସେ ନେଇ ପୁଲିସ କିଛି କହିନାହିଁ । ସରକାରୀ ତଥ୍ୟ ଅନୁଯାୟୀ, ଏହି ଗୁଳିବିନିମୟରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଏହି ଗୁଳିକାଣ୍ଡରେ ଘଟାଇଥିବା ଥିବା ୩ ଜଣ ବନ୍ଧୁକଧାରୀଙ୍କୁ ମାରିଦିଆଯାଇଛି ବୋଲି ପୁଲିସ କହିଛି । ତେବେ କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ । ଆଉ ବର୍ତ୍ତମନ ଏହି ଘଟଣାକୁ ଉପରେ ଅଧିକ ତଦନ୍ତ ଚଲାଇଛି ପୋଲିସ ।












Click it and Unblock the Notifications