ଦୁର୍ବୃତ୍ତ କଲେ ଆଖିବୁଜା ଗୁଳି ମାଡ଼, ୪ ଜଣଙ୍କ ଗଲା ଜୀବନ
ଆମେରିକା: ଆମେରିକାରେ ଦୁର୍ବୃତ୍ତଙ୍କର ଆଖିବୁଜା ଗୁଳିମାଡ଼ । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଆମେରିକାର ଅଲବାମାର ବର୍ମିହାମ ଫାଇଭ୍ ପଏଣ୍ଟ ସାଉଥ୍ ଅଞ୍ଚଳରେ କିଛି ଦୁର୍ବୃତ୍ତ ରାତି ୧୧ଟା ସମୟରେ ଗୁଳିମାଡ଼ କରିଥିଲେ। ଏହି ଅଞ୍ଚଳ ଆଲବାମ ୟୁନିର୍ଭସିଟି ନକଟରେ ।
ଏହି ଅଞ୍ଚଳରେ ଏକାଧିକ ରେସ୍ତୋରାଁ ସହ ବୁଲାବୁଲି ପାଇଁ ସୁବିଧା ରହିଛି। ତେଣୁ ଏହି ଅଞ୍ଚଳରେ ଗହଳି ଚହଳି ଲାଗିରହେ। ଶନିବାର ରାତି ୧୧ଟା ସମୟରେ କିଛି ମହିଳା ଓ ପୁରୁଷ ଏକ ଖୋଲା ସ୍ଥନରେ ଛିଡ଼ା ହୋଇ କଥାବାର୍ତ୍ତା ହେଉ ଥିବାବେଳେ କିଛି ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ। ଫଳରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ସେପିରି ଏକାଧିକ ଲୋକେ ଆହତ ହୋଇଛନ୍ତି।

କିଛିଦିନ ତଳେ ଆମେରିକାର ଚିକାଗୋ ସହରର ଜୋଲିଏଟ ଏବଂ ଇଲ୍ଲିନୋଏସରେ ଗୁଳିଚାଳନା କରିଥିଲେ ଦୁର୍ବୃତ୍ତ । ହଠାତ୍ ଏକ କାରରେ ଆସି ଜନଗହଳି ସ୍ଥାନ ଉପରକୁ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୩ରୁ ଅଧିକ ଜଣ ଲୋକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଅଭିଯୁକ୍ତଙ୍କୁ ଖୋଜା ଆରମ୍ଭ ହୋଇଛି । ଯେଉଁଥି ପାଇଁ ପୋଲିସର ଏକ ସ୍ପେସାଲ୍ ଟିମ୍ ଗଠନ କରାଯାଇଥିଲା । ଆଉ ଗତକାଲି ରାତିରେ ସମାନ ଘଟଣା ପୁଣିଥରେ ଦେଖିବାକୁ ମିଳିିଛି ।












Click it and Unblock the Notifications