ନିଜକୁ ଗୁଳି କଲେ ପଞ୍ଜାବର ପୂର୍ବତନ ଆଇଜି

ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। କ'ଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

unjab IG

ଅନ୍ୟପଟେ ଘଟଣାସ୍ଥଳରୁ ଏକ ହାତଲେଖା କପିକୁ ପୁଲିସ ଜବତ କରିଛି। ଚହଲ ଆର୍ଥିକ କ୍ଷେତ୍ରରେ ଗୁରୁତର ଭାବେ କ୍ଷତି ସହିଥିବା ଉକ୍ତ ଲେଖାରୁ ଜଣାପଡ଼ିଛି। ଅନଲାଇନ ଠକେଇ ଯୋଗୁ ଆର୍ଥିକ କ୍ଷତି କାରଣରୁ ସେ ମାନସିକ ସ୍ତରରେ ଅସହାୟ ହୋଇପଡ଼ିଥିଲେ। ପୁଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତକୁ ଅଗ୍ରସର କରିଛି।

ପଟିଆଲା ଏସପି ବରୁଣ ଶର୍ମା କହିଛନ୍ତି, ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣସ୍ଥଳକୁ ତୁରନ୍ତ ଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି।

ସୂଚନାଯୋଗ୍ୟ, ଚହଲ ୨୦୧୫ରେ ଘଟିଥିବା ବେହବାଲ କଲାନ ଏବଂ କୋଟକାପୁରା ଗୁଳିକାଣ୍ଡ ମାମଲାରେ ଅଭିଯୁକ୍ତ ଥିଲେ। ଏହି ଦୁଇ ମାମଲାରେ ପୁଲିସ ଚହଲଙ୍କ ସମେତ ଅନ୍ୟ କେତେଜଣ ପୁଲିସ ଅଧିକାରୀଙ୍କ ନାମରେ ଚାର୍ଜଶିଟ୍ ଦାଖଲ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+