ଏହି କାରଣ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୬ ମାସ ଜେଲ ଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ପୁଣି ବଢିଲା ଅଡୁଆ । ଅଦାଲତ ଅବମାନନା ମାମଲାରେ କୋର୍ଟ ଏବେ ତାଙ୍କୁ ୬ ମାସର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ବାଂଲାଦେଶର ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ଦଣ୍ଡ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ କୋର୍ଟ ଦେଇଛନ୍ତି । ବୁଧବାର ଦିନ ତିନି ସଦସ୍ୟ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

sekh hasina
"ଢାକା ଟ୍ୟୁୟୁନ' ରିପୋର୍ଟ ମୁତାବକ ଜଷ୍ଟିସ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାର ଏହି ମାମଲାର ଶୁଣାଣି କରିଛନ୍ତି । ସୂଚନା ମୁତାବକ ଗତବର୍ଷ ଶେଖ ହସିନାଙ୍କ ଏକ ଅଡିଓ କ୍ଲିପ ଲିକ୍ ହୋଇଥିଲା । ଏହି ଅଡିଓ କ୍ଲିପରେ ଶେଖ ହସିନା ଗୋବିନ୍ଦଗଞ୍ଜ ଓପଜିଲ୍ଲା ଚେୟାରମ୍ୟାନ ଶକିଲ ବୁଲବୁଲଙ୍କ ସହ କଥା ହୋଇଥିଲେ । ଏଥିରେ ସେ କହୁଥିଲେ କି ମୋ ବିରୋଧରେ ୨୭୭ ମାମଲା ଦାଖଲ ହୋଇଛି । ତେଣୁ ମୋତେ ଏସବୁ ଲୋକଙ୍କୁ ମାରିବାକୁ ଲାଇସେନ୍ସ ମିିଳିଯାଇଛି ।

ଏହି ମାମଲାରେ ପ୍ରଥମେ ଶକିଲ ବୁଲବୁଲଙ୍କୁ ୨ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ବୁଲବୁଲ ଜଣେ ବରିଷ୍ଠ ରାଜନେତା ଓ ସେ ଆୱାମୀ ଲିଗ ସହ ଜଡିଜ ଛାତ୍ର ଶାଖା ବାଂଲାଦେଶ ଛାତ୍ର ଲିଗ୍ ସହ ଜଡିତ ।

୨୦୨୪ ଅଗଷ୍ଟ ମାସରେ ଶେଖ୍ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରାଯାଇଥିଲା । ଏହାପରେ ଷ୍ଟୁଡେଣ୍ଟ ଏଗନେଷ୍ଟ ଡିସକ୍ରମିନେସନ ତରଫରୁ ବାଂଲାଦେଶରେ ହିଂସକ ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନ ସରକାରୀ ଚାକିରିରେ ସଂରକ୍ଷଣରେ ପରିବର୍ତ୍ତନକୁ ବିରୋଧ କରି କରାଯାଇଥିଲା । ଏହି ଆନ୍ଦୋଳନରେ ୧୪ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+