ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ
ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ଏକ ଅଦାଲତ ଶୁକ୍ରବାର ପିଟିଆଇ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଏବଂ ବୁସ୍ରା ବିବିଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଇମ୍ରାନ ଓ ଅନ୍ୟ ଦୋଷୀମାନେ 'ଅଲ କାଦିର ଟ୍ରଷ୍ଟ' ନାମରେ ସଂଗଠନ ସ୍ଥାପନ କରି କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା।

ଏ ବାବଦରେ ପାକିସ୍ତାନ ସରକାରଙ୍କୁ ୧୯୦ ନିୟୁତ ପାଉଣ୍ଡ ଆର୍ଥିକ କ୍ଷତି ସହିବାକୁ ପଡିଥିଲା ବୋଲି କୁହାଯାଇଛି। ରାୱଲପିଣ୍ଡିର ଆଦିଲା ଜେଲରେ ନିର୍ମିତ ଅସ୍ଥାୟୀ ଅଦାଲତରେ ଏହି ଦଣ୍ଡାଦେଶ ଘୋଷଣା କରାଯାଇଛି। ବୁସ୍ରା ବିବି ଏହି ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। ଦୁର୍ନୀତି ନିବାରଣ ଅଦାଲତ ବହୁ ପୂର୍ବରୁ ଏମାନଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ସୁଦ୍ଧା ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ସୂଚନାଯୋଗ୍ୟ ଏକାଧିକ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଇମ୍ରାନ ବର୍ତ୍ତମାନ ଆଦିଲା ଜେଲରେ କଏଦୀ ଜୀବନ ଅତିବାହିତ କରୁଛନ୍ତି।












Click it and Unblock the Notifications