Get Updates
Get notified of breaking news, exclusive insights, and must-see stories!

ପୁଣି ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍‌; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ଇସ୍‌ଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ପାକିସ୍ତାନର ନିର୍ବାଚନ କମିଶନର ଏହି ଗିରଫ ପରୱାନା ଜାରି କରିଛି।ସୋମବାର ଇମ୍ରାନଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି ହୋଇଛି।

ଜୁଲାଇ ୨୫ ତାରିଖ ସକାଳ ୧୦ ଅର୍ଥାତ୍ ଆଜି ୧୦ଟା ପୂର୍ବରୁ ଇମ୍ରାନ ଖାନଙ୍କୁ ଗିରଫ କରି ହାଜର କରାଇବା ପାଇଁ ଇସଲାମାବାଦ ଇନ୍ସପେକ୍ଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସିପି। ପାକିସ୍ତାନର ଖବରକାଗଜ 'ଦ ଡନର' ଏହି ଖବର ପ୍ରକାଶ ପାଇଛି।

imran_khan

ରିପୋର୍ଟ ଅନୁସାରେ, ପାକିସ୍ତାନ ମୁଖ୍ୟ ନିର୍ବାଚନ କମିଶନର ତଥା ନିର୍ବାଚନୀ ତଦାରଖକାରୀଙ୍କ ବିରୋଧରେ ଇମ୍ରାନ ଖାନ, ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଏବଂ ଅନ୍ୟମାନଙ୍କ ସହ 'ଅଶ୍ରାବ୍ୟ' ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ମଙ୍ଗଳବାର ପୂର୍ବରୁ ଇମ୍ରାନ୍‌ଙ୍କୁ ଗିରଫ କରି ନିର୍ବାଚନ କମିଶନଙ୍କ ପାଖରେ ଉପସ୍ଥିତ କରାଇବାକୁ ଇସିପି ଇସଲାମାବାଦ ପୋଲିସକୁ ନିର୍ଦ୍ଦେଶ ଦେଇଛି।

ଇମ୍ରାନ ଖାନଙ୍କୁ ନିର୍ବାଚନ କମିଶନ ପୂର୍ବରୁ ଦୁଇଥର- ଜାନୁଆରେ ୧୬ ଓ ମାର୍ଚ୍ଚ ୨ରେ ନୋଟିସ୍ କରି ହାଜର ହେବାକୁ କହିଥିଲେ। ମାତ୍ର ନୋଟିସ୍‌ ସତ୍ତ୍ୱେ ଇମ୍ରାନ କମିଶନଙ୍କ ଆଗରେ ହାଜର ହୋଇ ନଥିଲେ। ତେଣୁ ଇସିପି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ।

ଗତବର୍ଷ ଇମ୍ରାନଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିଥିଲା ନିର୍ବାଚନ କମିଶନ। ଚଳିତବର୍ଷ ଜାନୁଆରୀରେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଓ ଫୱାଦ୍ ଚୌଧୁରୀଙ୍କ ବିରୋଧରେ ମାମଲା କରିବାକୁ ଇସିପିକୁ ଅନୁମତି ଦେଇଥିଲେ।

ଗତବର୍ଷ ଏପ୍ରିଲ ମାସରେ ଆସ୍ଥା ଭୋଟ ଜରିଆରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିଲେ । ତାଙ୍କ ନାଁରେ ଏକାଧିକ ଦୁର୍ନୀତି ମାମଲା ଏବଂ ଲୁଟ ଭଳି ମାମଲା ରୁଜୁ କରାଯାଇଛି । ବିଭିନ୍ନ ମାମଲାରୁ ତାଙ୍କୁ ଜାମିନ୍ ମଧ୍ୟ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+