ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ପାକିସ୍ତାନ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ । PTI ଦଳର ମୁଖ୍ୟ ଇମ୍ରାନ ଖାନଙ୍କୁ ଇସଲାମବାଦ ହାଇକୋର୍ଟ ବାହାରୁ ଗିରଫ କଲା ପାକିସ୍ତାନ ରେଜର୍ସ । ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ ଏନେଇ ଦିଆଗଲା ସୂଚନା ।
SCENES AT JUDICIAL COMPLEX...Arrest of #ImranKhan#chairmanPTI pic.twitter.com/0R6rmQvDZZ
— Sumaira Khan (@sumrkhan1) May 9, 2023
ପିଟିଆଇ ନେତା ମୁସରତ ଚିମା ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସେମାନେ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ନିର୍ଯାତନା ଦେଉଛନ୍ତି, ସେମାନେ ଖାନ ସାହାବଙ୍କୁ ମାଡ ମାରୁଛନ୍ତି । ସେମାନେ ଖାନ ସାହାବଙ୍କ ସହ କିଛି କରିଛନ୍ତି ।

ଜିଓ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଇସଲାମାବାଦ ହାଇକୋର୍ଟ ବାହାରୁ ପିଟିଆଇ ମୁଖ୍ୟଙ୍କୁ ପାକିସ୍ତାନ ରେଜର୍ସ ଦ୍ୱାରା ଅଲ-କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଓ ଆଇଏସଆଇର ଅଧିକାରୀ ମେଜର ଜେନେରାଲ୍ ଫୈସଲ ନସୀରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ ଇମ୍ରାନ । ସେ ଅଭିଯୋଗ କରିଥିଲେ ଯେ, ମେଜର ଜେନେରାଲ ଫୈସଲ ତାଙ୍କୁ ହାତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି । ଅଭିଯୋଗକୁ ପାକ୍ ସେନା ପକ୍ଷରୁ କଟାକ୍ଷ କରାଯାଇଥିଲା ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ।
My reply to ISPR & attempts by PDM & their handlers to arrest me for two reasons: 1. To prevent me from campaigning bec InshaAllah when elections are announced I will be doing jalsas. 2. To prevent me from mobilising the masses for street movement in support of Constitution if… pic.twitter.com/IQIQmFERah
— Imran Khan (@ImranKhanPTI) May 9, 2023
ଗିରଫଦାରିକୁ ନିଶ୍ଚିତ କରି ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ଇସଲାମାବାଦ ଆକବର ନାସିର ଖାନ କହିଛନ୍ତି ଯେ ଅଲ-କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
Imran Khan’s lawyer badly injured inside the premises of IHC. Black day for our democracy and country. pic.twitter.com/iQ8xWsXln7
— PTI (@PTIofficial) May 9, 2023
ଏଥି ସହିତ, ପିଟିଆଇର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଇମ୍ରାନ ଖାନଙ୍କ ଓକିଲଙ୍କ ଭିଡିଓ ମଧ୍ୟ ସେୟାର କରାଯାଇଛି ଯେଉଁଥିରେ ଇମ୍ରାନ ଖାନଙ୍କ ଓକିଲଙ୍କୁ ଗଭିର ଆଘାତ ଲାଗିଥିବା ଦେଖିବା ପାଇଁ ମିଳୁଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନାଥାଉ ଯେ, ସୋମବାର ଦିନ ପାକିସ୍ତାନ ସେନା ଇମ୍ରାନ ଖାନଙ୍କୁ ସେନା ବିରୋଧରେ ବକ୍ତବ୍ୟ ଦେବାକୁ ବିରୋଧ କରି ଚେତାବନୀ ଦେଇଥିଲା, ଯାହାର ଉତ୍ତର ଆଜି ଇମ୍ରାନ ଖାନ ଦେଇଥିଲେ । ସେ କହିଥିଲେ,'ଏହା ମୋର ସେନା ଏବଂ ମୋର ପାକିସ୍ତାନ। ମୋତେ ମିଛ କହିବା କିଛି ଆବଶ୍ୟକ ନାହିଁ ।
ଗତବର୍ଷ ଏପ୍ରିଲ ମାସରେ ଆସ୍ଥା ଭୋଟ ଜରିଆରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଥିଲେ । ତାଙ୍କ ନାଁରେ ଏକାଧିକ ଦୁର୍ନୀତି ମାମଲା ଏବଂ ଲୁଟ ଭଳି ମାମଲା ରୁଜୁ କରାଯାଇଛି । ବିଭିନ୍ନ ମାମଲାରୁ ତାଙ୍କୁ ଜାମିନ୍ ମଧ୍ୟ ମିଳିଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications