ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନଥିଲା କାର, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ସେ...

ପାଠପଢ଼ାରେ ବିଚକ୍ଷଣ ଥିବା ମନମୋନହ ସିଂହଙ୍କ ଶିକ୍ଷା ପଞ୍ଜାବରୁ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଲମ୍ବିଥିଲା। ନିଜ ଚାକିରି ଜୀବନ କାଳରେ ସେ ଅର୍ଥନୀତିଜ୍ଞ ଭାବେ କାମ କରିବା ସହ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ଆସୀନ ହୋଇ ପାରିଥିଲେ। ଏହାପରେ ସେ ଦେଶର ଅର୍ଥ ମନ୍ତ୍ରୀ ସହ ଦୁଇ ଥର ପ୍ରଧାନମନ୍ତ୍ରୀ ଆସନ ବି ଅଳକୃତ କରି ସାରିଛନ୍ତି। ଏତେ କ୍ଷମତାରେ ଥାଇ ବି ମନମୋହନଙ୍କ ମୋଟ ସମ୍ପତ୍ତି କେତେ ଶୁଣିଲେ ଆପଣ ଚକିତ ହୋଇଯିବେ।

manmohan singh

କାରଣ ମନମୋହନଙ୍କ ନାମରେ କୌଣସି ଗାଡ଼ି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା। ଏଥିସହ ନିଜ ନାମରେ କିଛି ଜମିବାଡ଼ି ବି ମନମୋହନ କିଣି ନ ଥିବା ଜଣାଯାଇଛି ।
୨୦୧୯ ମସିହାରେ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ମନମୋହନ । ସେତେବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୫.୭୭ କୋଟି ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ସବୁଠୁ ରୋଚକ କଥା ହେଉଛି ପୂର୍ବତନ ଅର୍ଥ ମନ୍ତ୍ରୀଙ୍କ ମୁଣ୍ଡ ଉପରେ ଗୋଟିଏ ବି ଟଙ୍କାର କରଜ ନାହିଁ। ଏଥିସହ ତାଙ୍କ ନାମରେ କାର୍‌ କି ଜୁଏଲାରୀ ବି ନାହିଁ । ତାଙ୍କର ଅଧିକାଂଶ ସମ୍ପତ୍ତି ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଛି। ଉଭୟ ମନମୋହନ ଓ ତାଙ୍କ ପତ୍ନୀଙ୍କ ନାମରେ ୭ କୋଟି ଟଙ୍କା ଜମା ଥିବା ଜଣାଯାଇଛି।

ମନମୋହନଙ୍କ ପତ୍ନୀଙ୍କ ନିକଟରେ ୨.୮୬ ଲକ୍ଷ ଟଙ୍କାର ଅଳଙ୍କାର ଥିଲା। ମନମୋହନ ନିଜ ନାମରେ କିଛି ବି ଶେଆର. ବଣ୍ଡ ବା ଇନ୍ସୁରାନ୍ସ ପଲିସି ବି କିଣି ନ ଥିବା ଜଣାଯାଇଛି। ମନମୋହନଙ୍କର କୌଣସି ଚାଷ ଜମି ବା ବ୍ୟବସାୟିକ ପ୍ରତିଷ୍ଠାନ ନ ଥିଲା । କିନ୍ତୁ ତାଙ୍କ ନାମରେ ଦୁଇଟି ଘର ଥିବା ସତ୍ୟପାଠରେ ଉଲ୍ଲେଖ ଅଛି।

ସେଥିମଧ୍ୟରୁ ଗୋଟିଏ ଫ୍ଲାଟ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ ଥିବା ବେଳେ ତାହାର ମୂଲ୍ୟ ୫.୬୪ କୋଟି ଓ ଅନ୍ୟ ଫ୍ଲାଟଇ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଅବସ୍ଥିତ ଯାହାର ମୁଲ୍ୟ ୨.୨୩ କୋଟି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+