ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଅସୁସ୍ଥ । ସେ ଜ୍ୱରରେ ପୀଡ଼ିତ ହେବା ପରେ ତାଙ୍କୁ ସୋମବାର ୱାଶିଂଟନର ଜର୍ଜଟାଉନ୍ ୟୁନିଭର୍ସିଟି ମେଡିକାଲରେ ଭର୍ତ୍ତି କରାଯାଇଛି । କ୍ଲିଣ୍ଟନଙ୍କ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଆଞ୍ଜେଲ ୟୁରେନା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ସୂଚନା ଦେଇଛନ୍ତି ।

ୟୁରେନା କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜ୍ୱର ଆସିବା ପରେ ପରୀକ୍ଷା ଏବଂ ନଜରବନ୍ଦୀରେ ରଖିବା ପାଇଁ ସୋମବାର ଅପରାହ୍ନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଏବଂ ସମ୍ପୂର୍ଣ୍ଣ ରୂପେ ଡାକ୍ତରଙ୍କ ହେପାଜତରେ ଅଛନ୍ତି ।

କହି ରଖୁଛୁ, କ୍ଲିଣ୍ଟନଙ୍କୁ ଏହା ପୂର୍ବରୁ ରକ୍ତ ସଂକ୍ରମଣ ଯୋଗୁ ୨୦୨୧ ଅକ୍ଟୋବରରେ ପାଞ୍ଚ ରାତି ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୦୦୪ରେ ୫୮ ବର୍ଷ ବୟସରେ ଡାକ୍ତରମାନେ ତାଙ୍କଠାରେ ବ୍ୟାପକ ହୃଦରୋଗର ଲକ୍ଷଣ ପାଇଥିଲେ । ଏହାପରେ ତାଙ୍କର ବାଇପାସ୍ ଅପରେସନ୍ କରାଯାଇଥିଲା । ଛଅ ବର୍ଷ ପରେ ତାଙ୍କର କରୋନାରୀ ଧମନୀରେ ଷ୍ଟେଣ୍ଟ୍ ପ୍ରତ୍ୟାରୋପିତ ହୋଇଥିଲା । ତେବେ ଏପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭୟ ତାଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆଣିଥିଲା । ସେ ଶାକାହାରୀ ଖାଦ୍ୟ ଗ୍ରହଣ କରିବା ଆରମ୍ଭ କରିଥିଲେ । ଏହାର ପରିଣାମ ସ୍ୱରୂପ ତାଙ୍କର ଓଜନ କମିଥିଲା ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଥିଲା । ସେବେଠାରୁ ସେ ତାଙ୍କ ପ୍ରୟାସ ବିଷୟରେ ସର୍ବସାଧାରଣରେ କହି ଆସିଛନ୍ତି ।

Former President Bill Clinton

୨୦୨୨ ନଭେମ୍ବରରେ କ୍ଲିଣ୍ଟନଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ଯେବେ ପିଜିଟିଭ୍ ଆସିଥିଲା, ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ସେ କହିଥିଲେ ଯେ ତାଙ୍କର ଲକ୍ଷଣ ସାମାନ୍ୟ ଥିଲା । ଟୀକାକରଣ ପାଇଁ ସେ କୃତଜ୍ଞତା ଜଣାଇଥିଲେ । ବିଲ୍ କ୍ଲିଣ୍ଟନ୍ ୧୯୯୩ ଜାନୁୟାରୀରୁ ୨୦୦୧ ଜାନୁୟାରୀ ପର୍ଯ୍ୟନ୍ତ ଦୁଇଟି କାର୍ଯ୍ୟକାଳ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ନିକଟରେ ସେ ନିର୍ବାଚନ ସମୟରେ ଚିକାଗୋରେ ଡେମୋକ୍ରାଟିକ୍ ନ୍ୟାସନାଲ କନଭେନସନକୁ ସମ୍ବୋଧିତ କରିଥିଲେ । ବିଲ୍ କ୍ଲିଣ୍ଟନ ୬୩ ବର୍ଷୀୟ ବାରାକ୍ ଓବାମାଙ୍କ ପରେ ଦେଶର ଦ୍ଵିତୀୟ ସର୍ବକନିଷ୍ଠ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+