Get Updates
Get notified of breaking news, exclusive insights, and must-see stories!

ଜେଲରେ ଦୃଷ୍ଟିଶକ୍ତି ହରାଇଲେଣି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଜେଲରେ ଦୃଷ୍ଟିଶକ୍ତି ହରାଇଲେଣି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ତାଙ୍କ ଗୋଟିଏ ଆଖିର ଦୃଷ୍ଟି ଶକ୍ତି ମାତ୍ର ୧୫ ପ୍ରତିଶତ ବାକି ଅଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଇମ୍ରାନ ଖାନଙ୍କ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ।ପାକିସ୍ତାନର ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ବରିଷ୍ଠ ଓକିଲ ସଲମାନ ସଫଦରଙ୍କୁ ନ୍ୟାୟମିତ୍ର ଭାବରେ ପଠାଇଥିଲେ। ଜେଲକୁ ଯାଇ ଇମ୍ରାନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ସଲମାନ।

ଏହାପରେ ସେ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଦାଖଲ କରିଥିବା ରିପୋର୍ଟରେ କୁହାଯାଇଛି ଯେ ଇମ୍ରାନ ଖାନ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇଛନ୍ତି। ଇମ୍ରାନ ଖାନଙ୍କ ଦୃଷ୍ଟିଶକ୍ତି କେବଳ ୧୫ ପ୍ରତିଶତ ବାକି ଅଛି, ଯାହା ଫଳରେ ସେ ଦେଖିପାରୁନାହାଁନ୍ତି ଏବଂ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ତାଙ୍କୁ ତୁରନ୍ତ ଚିକିତ୍ସା କରା ନ ଯାଏ, ତେବେ ସେ ଉଭୟ ଆଖିକୁ ସମ୍ପୂର୍ଣ୍ଣ ଭାବରେ ହରାଇ ପାରନ୍ତି। ଏହି ରିପୋର୍ଟ ଦେଖିବାପରେ, ସୁପ୍ରିମକୋର୍ଟ ତୁରନ୍ତ ଜଣେ ଡାକ୍ତରଙ୍କୁ ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

r Imran Khan
ସୂଚନା ଅନୁଯାୟୀ, ପାକିସ୍ତାନ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଆକ୍ସନ ନେଇଛନ୍ତି। କୋର୍ଟ ସରକାରଙ୍କୁ ଫେବୃଆରୀ ୧୬ତାରିଖ ପୂର୍ବରୁ ଦେଶର ଶ୍ରେଷ୍ଠ ଡାକ୍ତରଙ୍କ ଏକ ଟିମ୍ ପଠାଇ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବରିଷ୍ଠ ଓକିଲ ସଲମାନ ସଫଦର ଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଇମ୍ରାନ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସୁସ୍ଥ ଥିଲେ, କିନ୍ତୁ ତା'ପରେ ହଠାତ୍ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ହରାଇ ବସିଲେ।

ସଫଦର ସୁପ୍ରିମକୋର୍ଟଙ୍କୁ କହିଥିଲେ, ସେ ସୁସ୍ଥ ଅଛନ୍ତି, କିନ୍ତୁ ସେ ଦେଖି ପାରୁନାହାଁନ୍ତି। ତାଙ୍କୁ ଡାକ୍ତରୀ ଚିକିତ୍ସା ଆବଶ୍ୟକ। ସଫଦର ସୁପ୍ରିମକୋର୍ଟଙ୍କୁ ତାଙ୍କ ପୁଅମାନଙ୍କ ସହ କଥା ହେବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ସରକାରୀ ଓକିଲ ଏଥିରେ ରାଜି ହୋଇଥିଲେ। ସୁପ୍ରିମକୋର୍ଟ ଇମ୍ରାନଙ୍କୁ ତାଙ୍କ ଦୁଇ ପୁଅଙ୍କ ସହ ଫୋନ୍ ମାଧ୍ୟମରେ କଥା କରାଇଦେବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+