ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ପରଲୋକ, ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ
ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ପରଲୋକ । ରବିବାର ଦିନ ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ମିଡିଆ ରିପୋର୍ଟ ଅନୁସାରେ, ମୁଶରଫଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଜି 'Amyloidosis' ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଛି । କିଛି ସପ୍ତାହ ହେଲା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 1999ରେ ପରଭେଜ ମୁଶରଫ ଦକ୍ଷିଣ ଏସୀୟ ଦେଶର ଦଶମ ରାଷ୍ଟ୍ରପତି ଥିଲେ। ସେ 1998 ରୁ 2001 ପର୍ଯ୍ୟନ୍ତ ଦଶମ CJCSC ଏବଂ 1998 ରୁ 2007 ପର୍ଯ୍ୟନ୍ତ ସପ୍ତମ ଟପ୍ ଜେନେରାଲ୍ ଭାବରେ କାର୍ଯ୍ୟ କରିଥିଲେ ।
ସୂଚନାଥାଉ ଯେ, ପୂର୍ବରୁ ମଧ୍ୟ ତାଙ୍କର ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । ଯାହାକୁ ତାଙ୍କ ପରିବାର ଲୋକେ ଖଣ୍ତନ କରିଥିଲେ ।












Click it and Unblock the Notifications