ଅଳ୍ପକେ ବର୍ତ୍ତିଲେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ, ବିମାନ କଲା ଏମରଜେନ୍ସି ଲ୍ୟାଣ୍ଡିଂ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବିମାନ ଉଡାଣ ଭରିବାର 5 ମିନିଟ୍ ଭିତରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି।
ନୂଆଦିଲ୍ଲୀ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବିମାନ ଉଡାଣ ଭରିବାର 5 ମିନିଟ୍ ଭିତରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଶନିବାର ଇମ୍ରାନ୍ ଏକ ବିମାନରେ ଯାତ୍ରା ଆରମ୍ଭ କରିଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ବିମାନଟି ମାତ୍ର ପାଞ୍ଚ ମିନିଟ ଭିତରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ।

ସୂଚନା ଅନୁସାରେ, ଇମ୍ରାନ ଖାନ ଚକଲାଲାରୁ ଗୁଜରାନୱାଲା ରାଲି ପାଇଁ ଏକ ପ୍ରାଇଭେଟ ବିମାନ ଯାତ୍ରା କରୁଥିଲେ । ତେବେ ତ୍ରୁଟି ବିଷୟରେ ଅବଗତ ହେବା ପରେ ପାଇଲଟ୍ ବିମାନଟିକୁ ସୁରକ୍ଷିତ ଭାବେ ଇସଲାମାବାଦ ବିମାନ ବନ୍ଦରରେ ଅବତରଣ କରାଇଥିଲେ। ଏହାପରେ ଇମ୍ରାନ ରାଲି ନିମନ୍ତେ ସଡକପଥରେ ଗୁଜରାନୱାଲା ଯାତ୍ରା କରିଥିଲେ। ରାଲିରେ ଇମ୍ରାନ ପାକିସ୍ତାନର ସରକାର ଉପରେ ଜୋରଦାର ବର୍ଷିଥିଲେ।
ଗଣମାଧ୍ୟମ ଅନୁସାରେ, ଇମ୍ରାନ ଖାନ୍ ଦେଶରେ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ପାଇଁ ନିଜ ଦାବି ଦୋହରାଇ ଥିଲେ । ଏଥିସହ ଯଦି ସରକାର ଏପରି ନକଲେ ସେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।












Click it and Unblock the Notifications