ଭଡ଼ା ଘରେ ରହୁଛନ୍ତି ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ କେ.ପି ଓଲି

ନେପାଳରେ ଜେନ୍-ଜି ଆନ୍ଦୋଳନ ଚାପରେ ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ କେ.ପି ଓଲି ପଦରୁ ଇସ୍ତଫା ଦେଇଥିଲେ । ଭ୍ରଷ୍ଟାଚାର ଓ ପରିବାରବାଦ ବିରୋଧରେ ସଡ଼କକୁ ଓହ୍ଲାଇ ଥିବା ଜନସମୁଦ୍ର ଦେଖି ନେପାଳ ସରକାରଙ୍କ ହୋଷ ଉଡ଼ିଯାଇôଲା । ଏହାପରେ ନେପାଳର ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ କିଛି ଶ୍ରେଷ୍ଠ ନେତୃତ୍ୱ ସେନା ବିମାନରେ ଦେଶ ଛାଡ଼ି ପଳାଇଥିଲେ । ହେଲେ ଦେଶଛାଡ଼ି ପଳାଇବାର ୧୦ ଦିନ ପରେ କେ.ପି ଓଲି ଦେଖିବାକୁ ମିଳିଛନ୍ତି ।

Nepal Prime Minister KP Oli

ସେପ୍ଟେମ୍ବର ୧୦ ତାରିଖରେ ଓଲି ସେନା ବିମାନରେ ଭକ୍ତପୁର ଚାଲିଯାଇଥିଲେ । ସେଠାରେ ତାଙ୍କ ପାଇଁ ଏକ ଭଡ଼ାଘର ବ୍ୟବସ୍ଥା କରାଯାଇଛି । ଅର୍ଥାତ ଓଲି ଏବେ ନିଜ ଦେଶର ଭକ୍ତପୁର ସହରରେ ରହୁଛନ୍ତି । ସେପଟେ ନେପାଳ ପ୍ରଧାନମନ୍ତ୍ରୀ ଗାଦି ଛାଡ଼ି ପଳାଇବା ପରେ ବିକ୍ଷୋଭକାରୀମାନେ ସରକାରୀ ବାସଭବନରୁ ନେଇ ପୈତୃକ ବାସଭବନ ପର୍ଯ୍ୟନ୍ତ ସବୁ ଜାଳିପୋଡ଼ି ଛାରଖାର କରିଦେଇଥିଲେ ।

ଓଲି ନୂଆ ଭଡ଼ାଘରେ ପହଂଚିବା ପରେ ସେଠାରେ ଥିବା କିଛି ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ଅନ୍ୟପଟେ କେ.ପି ଶର୍ମା ଓଲି ଯିବା ପରେ ତାଙ୍କ ସ୍ଥାନରେ ପୂର୍ବତନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+