Get Updates
Get notified of breaking news, exclusive insights, and must-see stories!

ମୁହଁ ଖୋଲିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, କହିଲେ ପୁଣି ଉପୂଜିବ ୧୯୭୧ ଭଳି ସ୍ଥିତି !

ଭାରତରେ ରହି ପୁଣି ଥରେ ମୁହଁ ଖୋଲିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା । ନିଜ ଦେଶର ପରିସ୍ଥିତି ଉପରେ ସେ କହିଛନ୍ତି ସେଠାରେ ୧୯୭୧ର ପରିସ୍ଥିତି ଫେରିବାର ଆଶଙ୍କା ରହିଛି । ଭାରତର ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ "ଆଜି ଆମେ ଯେଉଁ ହିଂସା ଦେଖୁଛୁ... ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା, ମହିଳାଙ୍କ ଉପରେ ଆକ୍ରମଣ ଏବଂ ଆମର ମୁକ୍ତି ସଂଗ୍ରାମର ଇତିହାସକୁ ଲିଭାଇ ଦେବାର ପ୍ରୟାସ...

Sheikh Hasina

ଏସବୁ ୧୯୭୧ ମସିହାର ବିଚଳିତ କରିଦେବା ଭଳି ସ୍ମୃତିକୁ ପ୍ରତିଫଳିତ କରେ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଜି ବାଂଲାଦେଶରେ ଯାହା ଘଟୁଛି ତାହା କେବଳ ରାଜନୈତିକ ଅଶାନ୍ତି ନୁହେଁ, ବରଂ ୧୯୭୧ର ଅନ୍ଧାର ଯୁଗକୁ ଫେରିବାର ପ୍ରୟାସ, ଯେତେବେଳେ ପାକିସ୍ତାନୀ ସେନା ବାଂଲାଦେଶ (ତତ୍କାଳୀନ ପୂର୍ବ ପାକିସ୍ତାନ) ର ମାଟିକୁ ରକ୍ତରେ ଭିଜାଇ ଦେଇଥିଲା ।

ଏହା ଏକ ସମୟ ଥିଲା ଯେତେବେଳେ ୨୦୦,୦୦୦ରୁ ଅଧିକ ମହିଳାଙ୍କ ସମ୍ମାନ ଉଲ୍ଲଂଘନ କରାଯାଇଥିଲା, ଏବଂ ବର୍ତ୍ତମାନର ପରିସ୍ଥିତି ସେହି ଯୁଗର ବର୍ବରତାକୁ ପ୍ରତିଫଳିତ କରେ।
ହସିନା କହିଛନ୍ତି ଯେ ୧୯୭୧ରେ ପାକିସ୍ତାନୀ ସେନା ଏବଂ ଏହାର ସମର୍ଥକ (ରାଜାକାର) ଯେଉଁ ମାନସିକତା ସହିତ କାର୍ଯ୍ୟ କରୁଥିଲେ, ସେହି ସମାନ ମାନସିକତା ପୁଣି ଥରେ ବାଂଲାଦେଶ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛି ।

୧୯୭୧ରେ, ବିଶେଷକରି ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଥିଲା । ଆଜି ମଧ୍ୟ, ବାଂଲାଦେଶରେ ମନ୍ଦିର ଏବଂ ହିନ୍ଦୁ ଘର ଉପରେ ଆକ୍ରମଣ କରାଯାଉଛି। ୧୯୭୧ ରେ, ମହିଳାମାନଙ୍କ ଉପରେ ବଳାତ୍କାରକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା। ହସିନା ଭୟ କରୁଛନ୍ତି ଯେ ଅରାଜକତାର ଏହି ପରିବେଶରେ, ମହିଳାଙ୍କ ସମ୍ମାନ କ୍ଷୁର୍ଣ୍ଣ ହେଉଛି । ବାଂଲାଦେଶ ଧର୍ମ ନୁହେଁ, ଧର୍ମନିରପେକ୍ଷତା ଏବଂ ବଙ୍ଗଳା ସଂସ୍କୃତି ଆଧାରରେ ଜନ୍ମ ନେଇଥିଲା। ହସିନା କହିଛନ୍ତି ଯେ ନୂତନ ଶକ୍ତି ଏହି 'ମୁକ୍ତି ଯୁଦ୍ଧ'ର ଇତିହାସକୁ ଲିଭାଇ ଦେବାକୁ ଚାହୁଁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+