ଗାଜାରେ ବଢ଼ୁଛି ଖାଦ୍ୟ ସଂକଟ, ଯୁଦ୍ଧରେ କେବେ ଲାଗିବ ବିରାମ ?

ଇସ୍ରାଏଲ ଆକ୍ରମଣରେ ପୁଣି ଥରି ଉଠିଛି ଗାଜା ପଟି । ଏୟାର ଷ୍ଟ୍ରାଇକ୍‌ ଓ ବୋମାମାଡ଼ରେ ଅତି କମରେ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଲେବାନନ ସହ ଅସ୍ତ୍ରବିରାମ ଚୁକ୍ତି ପରେ ଏବେ ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ ସେନା । ରାତି ଅଧରେ ଆଇଡିଏଫ ପକ୍ଷରୁ କରାଯାଇଛି ଅପରେସନ । ଗାଜାର ଏକାଧିକ ସ୍ଥାନରେ ଆକାଶମାର୍ଗରୁ ହୋଇଛି ବୋମା ବର୍ଷା । ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Food crisis in Gaza

ଉତ୍ତର ଓ ଦକ୍ଷିଣ ଗାଜାରେ ଟ୍ୟାଙ୍କ ମଧ୍ୟ ମୁତୟନ କରିଛି ଆଇଡିଏଫ । ଦୀର୍ଘ ଦିନରୁ ଯୁଦ୍ଧ ଚାଲିଥିବାରୁ ଗାଜାରେ ଭୟଙ୍କର ଦୁର୍ଭିକ୍ଷ ସଙ୍କଟ ସୃଷ୍ଟି ହୋଇଛି । ୨ ଲକ୍ଷରୁ ଅଧିକ ଲୋକ ଫସି ରହିଥିବା ବେଳେ ଖାଦ୍ୟ ସଙ୍କଟ ନେଇ ଚେତାବନୀ ଦେଇଛି ମିଳିତ ଜାତିସଂଘ । ୨୦୨୩ ଅକ୍ଟୋବରଠାରୁ ବର୍ତ୍ତମାନ ସୁଦ୍ଧା ଗାଜାରେ ୪୪ ହଜାର ୩୩୦ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+